www.samajalive.in
Monday, December 8, 2025
13.1 C
Bhubaneswar

ବିଜୁ ଜନତା ଦଳ ତରଫରୁ ଜନ ସଚେତନତା କାର୍ଯ୍ୟକ୍ରମ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ବିଜୁ ଯୁବ ଜନତା ଦଳ ତରଫରୁ ଆଜି ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ରାଇସିଂ ଗଣ୍ଡଙ୍କ ସଭାପତିତ୍ୱରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜେଡି ଜିଲ୍ଲା ସଂଯୋଜକ ତଥା ଜ଼ିଲ୍ଲା ସାଂସଦ ପ୍ରତିନିଧି ପ୍ରମୋଦ ପାଢ଼ୀ, ଜିଲ୍ଲା ବିଜେଡି ଛାତ୍ର ସଭାପତି ସୁଧାଂଶୁ ଦାସ ଯୋଗଦାନ କରିଥିଲେ। ଅତିଥିମାନେ ମୁଖ୍ୟମନ୍ତ୍ରୀ ଯେଉଁ ବାର୍ତ୍ତା ଦେଇଛନ୍ତି ଅକ୍ଟୋବର ଦୁଇ ତାରିଖରୁ ନଭେମ୍ବର ଦୁଇ ତାରିଖ ପର୍ୟ୍ୟନ୍ତ ଜନ ସଚେତନ କାର୍ୟ୍ୟକ୍ରମ ତାହାକୁ କେମିତି ପାଳନ କରାଯିବ ତାହା ମତ ରଖିଥିଲେ।

ପ୍ରଥମେ ଅତିଥିଙ୍କ ଦ୍ୱାରା ମାସ୍କ ବଣ୍ଟନ କରାଯାଇଥିଲା। ମାସ୍କ ପିନ୍ଧିବା, ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଯେ ପର୍ୟ୍ୟନ୍ତ ଟୀକା ବାହାରିନି ସେ ପର୍ୟ୍ୟନ୍ତ ନିଜକୁ କେମିତି ସୁରକ୍ଷିତ ରଖିପାରିବ ସେ ବିଷୟରେ ଅତିଥିମାନେ ଆଲୋକପାତ କରିବା ସହ ଆଗାମୀ ଦିନରେ ପ୍ରତେକ ପଞ୍ଚାୟତରେ ଜନସଚେତନ କାର୍ୟ୍ୟକ୍ରମ ଆୟୋଜନ କୋରାଯିବ ବୋଲି ମତପ୍ରଦାନ କରିଥିଲେ। ଶେଷରେ ନୂତନ ଜ଼ିଲ୍ଲା ଛାତ୍ର ବିଜେଡି ସଭାପତି ସୁଧାଂଶୁ ଦାସ, ବ୍ଲକ ଛାତ୍ର ସଭାପତି ଅଭିଜିତ ତାଲୁକଦାର, ମିଡ଼ିଆ ସଂଯୋଜକ ହେମନ୍ତ କୁମ୍ଭାରଙ୍କୁ ବ୍ଲକ ବିଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଆଜିର ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ ଗଣ୍ଡ, ଡବ୍ଲୁ ଗଣ୍ଡ, ପ୍ରଣବ ଭୂୟାଁ, ଶଙ୍କର ବର୍ମା, ମୁନା ପାତ୍ର, ରାମନାଥ କେଉଟ, ପରମେଶ୍ୱର ଶ୍ରୀବାସ୍ତଵ, ଅଭିମନ୍ୟୁ ଡାକୁଆ, କୈଳାଶ ନାଗ, ସୀମା ଦାସ, ସତ୍ୟ ଦେ, ହେମନ୍ତ କୁମ୍ଭାର, ସୁଧୀର ମାଝୀ ତଥା ବିଜେଡିର ସମସ୍ତ ଯୁବ କାର୍ୟ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories