ବିଜେପି ଏବଂ ଆରଏସ୍‍ଏସ୍‍ ଦେଶରେ ‘ହିନ୍ଦୁ ତାଲିବାନ’ ଆରମ୍ଭ କରୁଛନ୍ତି : ଥରୁର

0

ନୂଆଦିଲ୍ଲୀ : ବିଜେପି ପୁନଶ୍ଚ ସରକାର ଗଠନ କଲେ ଭାରତ ‘ହିନ୍ଦୁ ପାକିସ୍ତାନ’ରେ ପରିଣତ ହେବ ବୋଲି ମନ୍ତବ୍ୟ ଦେଇ ବିବାଦ ମଧ୍ୟକୁ ଟାଣି ହୋଇ ଆସିଥିବା ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍‍ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଶଶୀ ଥରୁର କହିଛନ୍ତି ଯେ ଦେଶରେ ବିଜେପି ଏବଂ ଆରଏସ୍‍ଏସ୍‍ ‘ହିନ୍ଦୁ ତାଲିବାନ’ର ଆରମ୍ଭ କରୁଛନ୍ତି। ବିଜେପି ସମର୍ଥକ ମୋତେ ପାକିସ୍ତାନ ଚାଲିଯିବାକୁ କହୁଛନ୍ତି। ମୁଁ ହିନ୍ଦୁ କି ନୁହଁ ତାହା ସୁନିଶ୍ଚିତ କରାଇବାର ଅଧିକାର ବିଜେପି ବାଲାଙ୍କୁ କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରକାଶ ଯେ ଏହା ପୂର୍ବରୁ ଶଶୀ ଥରୁର କହିଥିଲେ ଯେ ବିଜେପି ପୁନଃ ନିର୍ବାଚିତ ହେଲେ ଏହା ଭାରତୀୟ ସମ୍ବିଧାନକୁ ଚିରି ନିଜର ନୂତନ ସମ୍ବିଧାନ ଲିପିବଦ୍ଧ କରିବ। ନୂତନ ସମ୍ବିଧାନରେ ଏକ ହିନ୍ଦୁ ରାଷ୍ଟ୍ରର ନୀତି ନିୟମ ରହିବ ଏବଂ ସଂଖ୍ୟାଲଘୁଙ୍କ ପାଇଁ ସମାନ ଅଧିକାରକୁ ସମାପ୍ତ କରିଦିଆଯିବ। ଏହାଦ୍ୱାରା ଏକ ‘ହିନ୍ଦୁ ପାକିସ୍ତାନ’ ସୃଷ୍ଟି ହେବ। ଏବେ ପାଦେ ଆଗକୁ ଯାଇ ଭାରତରେ ‘ହିନ୍ଦୁ ତାଲିବାନ’ର ଆରମ୍ଭ ହେଉଛି ବୋଲି କହିଛନ୍ତି। ତେବେ ତାଲିବାନ ଏବଂ ପାକିସ୍ତାନ ସହ ଭାରତର ତୁଳନାକୁ ନେଇ ବିଜେପି ଶଶୀ ଥରୁରଙ୍କୁ କଡ଼ା ସମାଲୋଚନା କରିଛି।
ଉଲ୍ଲେଖ ଯେ ହିନ୍ଦୁ ପାକିସ୍ତାନ ମନ୍ତବ୍ୟ ପରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲ ସ୍ପଷ୍ଟୀକରଣ ଦେଇ ଥରୁର୍‍ଙ୍କ ତାହା ବ୍ୟକ୍ତିଗତ ମନ୍ତବ୍ୟ ଓ କଂଗ୍ରେସ ଏହାକୁ ସମର୍ଥନ କରୁନାହିଁ ବୋଲି କହିଥିଲେ।

Leave A Reply