ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ ବୈଜୟନ୍ତ ପଣ୍ଡାଙ୍କ ଶୋକ
ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ବରିଷ୍ଠ ରାଜନେତା ତଥା ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଦକ୍ଷ ରାଜନେତା ସାଙ୍ଗକୁ ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ମଧ୍ୟ ଥିଲେ। ଶରତ ବାବୁ ଶ୍ରୀ ପଣ୍ଡାଙ୍କ ପରିବାର ସହିତ ବ୍ୟକ୍ତିଗତ ଭାବେ ଜଡିତ ଥିଲେ ଏବଂ ଏହା ତାଙ୍କ ପାଇଁ ବ୍ୟକ୍ତିଗତ କ୍ଷତି। ତାଙ୍କ ବିୟୋଗରେ ରାଜ୍ୟ ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା ବୋଲି ଶ୍ରୀ ପଣ୍ଡା ନିଜର ଶୋକ ବାର୍ତ୍ତାରେ କହିଛନ୍ତି। ପଣ୍ଡା ଏହି ଦୁଃଖଦ ପରିସ୍ଥିତିରେ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
Deeply saddened by the passing of Shri Sarat Kar, former Speaker of Odisha Assembly. A contemporary & friend of my parents, he had held many other important public posts. He always encouraged & supported me. Last January he had surprised me, dropping by on my birthday
Om Shanti? pic.twitter.com/XKreneoyGu— Baijayant Jay Panda (@PandaJay) October 12, 2020
Comments are closed.