ପେନସନ ଟଙ୍କା ନଦେବାରୁ ବାପା-ମା’କୁ ହତ୍ୟା କଲା ପୁଅ

0

ପାଟନା: ଦାବି ମୁତାବକ ପେନସନ ଟଙ୍କା ନଦେବାରୁ ନିଜ ପିତା-ମାତାକୁ ହତ୍ୟା କରିଛି ଜନୈକ ପୁତ୍ର। ପାଟନା ଜିଲାରେ ଘଟିଥିବା ଏଭଳି ଜଘନ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ପାଟନାର ବେଚୁ ତଲାଠାରେ ବାସବାସ କରୁଥିବା ମୁନରିକା ଯାଦବ ରେଳବାଇ ଚାକିରୀରୁ ଅବସର ଗ୍ରହଣ କରିବା ପରେ ବାକି ଥିବା ୨୨ଲକ୍ଷ ଟଙ୍କା ପାଇଥିଲେ। ଏହି ଟଙ୍କାରୁ ସେ ତାଙ୍କ ଦୁଇ ପୁଅକୁ ୮ଟଙ୍କା ଜଣ ପିଛା ପ୍ରଦାନ କରିଥିଲେ। ତେବେ ଆୱାଦେଶ ପୂର୍ବରୁ ପିତାଙ୍କ ପାଖରୁ ୬ଲକ୍ଷ ଟଙ୍କା ନିଜସ୍ୱ ଖର୍ଚ୍ଚ ପାଇଁ ନେଇ ଯାଇଥିବାରୁ ଏହି ଅର୍ଥକୁ କାଟି ଅବଶିଷ୍ଟ ୨ଲକ୍ଷ ଟଙ୍କା ମୁନରିକା ତାଙ୍କୁ ପ୍ରଦାନ କରିଥିଲେ। ତେବେ ପିତାଙ୍କ ନିକଟରେ ଆୱାଦେଶ ଅଧିକ ଟଙ୍କା ଦାବି କରିଥିଲେ। ଫଳରେ ବୃଦ୍ଧ ପିତା-ମାତାଙ୍କୁ ଗୁଳି କରି ହତ୍ୟା କରିଥିବା ବଡ଼ ପୁଅ ରମେଶ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଖବର ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ôଚ ମୃତଦେହ ଉଦ୍ଧାର କରିଥିଲେ ମଧ୍ୟ ଆୱାଦେଶ ଫେରାର ହୋଇଯାଇଛନ୍ତି।

Leave A Reply