www.samajalive.in
Sunday, December 7, 2025
14.1 C
Bhubaneswar

ଧାନ ଫସଲରେ ଅଜଣା ରୋଗ ; ଧାନ କଳା-ବାଦାମୀ ରଙ୍ଗ ହୋଇ ଧାନ ମଞ୍ଜି ପୋଳ ହୋଇଯାଉଛି

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍ ଅଞ୍ଚଳରେ ଧାନ ଫସଲରେ ଏକ ଅଜଣା ରୋଗ ଚାଷୀମାନଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଏହି ରୋଗ ଯୋଗୁଁ ଧାନ କେଣ୍ଡାରେ ଥିବା ଧାନ କଳା-ବାଦାମୀ ରଙ୍ଗ ହୋଇ ଧାନ ମଞ୍ଜି ପୋଳ ହୋଇଯାଉଛି। କେଣ୍ଡା ର ଧାନ ସମ୍ପୁର୍ଣ ନଷ୍ଟ ହୋଇଯାଉଛି। ବ୍ଳକ୍ ର ପ୍ରାୟ ସମସ୍ତ ଗ୍ରାମ ରେ ଧାନ ଫସଲ ରେ ଏହି ରୋଗ ବ୍ୟାପି ଥିବାର ଦେଖିବାକୁ ମିଲୁଛି। ହାଡଭଙ୍ଗା ପରିଶ୍ରମ ଏବଂ ଧାର କରଜ କରି ବ୍ୟବହୁଲ ଚାଷ କରିଥିବା ଚାଷୀ ଏହି ଅଜଣା ରୋଗ ଯୋଗୁଁ ସର୍ବସ୍ୱାନ୍ତ ହେବା ନିଶ୍ଚିତ ଅଟେ।

ଧାନ କେଣ୍ଡାରେ ଶସ୍ୟ ଆଦୌ ରହୁନଥିବାରୁ ଚାଷୀ ମହଲରେ ଭାଲେଣି ପଡିଯାଇଛି। ବ୍ୟାଙ୍କ୍, ସେବା ସମବାୟ ସମିତି ଏବଂ ବିଭିିନ୍ନ ସୁତ୍ରରୁ ଋଣ ଆଣି ଚାଷ କରିଥିବା ଚାଷୀ ଋଣ ପରିଶୋଧ ଚିନ୍ତାରେ ମୁଣ୍ଡରେ ହାତ ମାରି ବସିଛନ୍ତି। ଚକଡା.ବ୍ଳାଷ୍ଟ୍ ନେକ୍ ବ୍ଳାଷ୍ଟ୍ ,କାଣ୍ଡ ବିନ୍ଧା ପୋକ,ଗଣ୍ଠି ପୋକ ଆଦି ବିଭିନ୍ନ ପୋକ ମାନଙ୍କୁ ନିପାତ ପାଇଁ ଔଷଧ ପ୍ରୟୋଗ କରି ଖର୍ଚ୍ଚାନ୍ତ ହୋଇ ଫସଲ କୁ ବଞ୍ଚାଇଲା ପରେ ଏବେ ଅଜଣା ରୋଗ ଚାଷୀ ମାନଙ୍କ ଉପରେ ବେଡି ଉପରେ କୋରଡା ମାଡ ଭଲି କଷ୍ଟ ଦାୟକ ହେଉଛି। ଖାଇଲା ଭାତରେ ଧୁଳି ଝିଣ୍ଟି ଦେଲା ଏହି ଅଜଣା ରୋଗ ବୋଲି ଚାଷୀ ମାନେ ପ୍ରତିକ୍ରିୟା ବ୍ୟକ୍ତ କରୁଛନ୍ତି। ଅଜଣା ରୋଗ ଯୋଗୁଁ ଚାଷୀ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହେଉଥିବାରୁ ସରକାର କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀ ଙ୍କ କ୍ଷତି ପୁରଣ ଦେବାକୁ ଚାଷୀ ମହଲରେ ଦାବି ହେଉଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories