www.samajalive.in
Wednesday, December 10, 2025
16.1 C
Bhubaneswar

ବିଦେଶୀ ମଦ ଦୋକାନ ନିକଟରେ ୨ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୪ ଯୁବକ ଗିରଫ, ୨ବାଇକ ଜବତ

ବଲାଙ୍ଗିର: ବଲାଙ୍ଗିର କଦମପଡା ମଦନ ଗୁଡିଆ ବଗିଚା ନିକଟରେ ଥିବା ୭ନଂ ବିଦେଶୀ ମଦ ଦୋକାନରେ ହୋଇଥିବା ଅପରାଧୀଙ୍କ ଗୋଷ୍ଠୀ ସଂଘର୍ଷରେ ଟାଉନ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ବଲାଙ୍ଗିର ଆଦର୍ଶ ଥାନା ପୁଲିସ।

ଏହି ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଦୁଇ ଜଣଙ୍କ ନାଁରେ ମଧ୍ୟ ଥାନାରେ ମାମଲା ରହିଥିବା ପୁଲିସ ସୂଚନା ଦେଇଛି। ତେବେ ପୂର୍ବ ଶତୃତାକୁ ନେଇ ହୋଇଥିବା ଏହି ରକ୍ତାକ୍ତ ସଂଘର୍ଷ ଉପରେ ସଦର ପୁଲିସ ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ପରଦା ଉଠାଇଛନ୍ତି।

- Advertisement -

ବଲାଙ୍ଗିର ଟାଉନ ଥାନାରେ ଏସଡିପିଓ ଶ୍ରୀମନ୍ତ ବାରିକଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ୩ ତାରିଖରେ ବିଦେଶୀ ମଦ ଦୋକାନ ସାମ୍ନାରେ ହୋଇଥିବା ମରଣାନ୍ତକ ଆକ୍ରମଣରେ ସଂପୃକ୍ତ ଥିବା ୪ ଜଣଙ୍କୁ ଟାଉନ ପୁଲିସ ଗିରଫ କରିଥିବା ଶ୍ରୀ ବାରିକ ପ୍ରକାଶ କରିଥିଲେ। ଏହା ସହିତ ଘଟଣାର ସବିଶେଷ ବିବରଣୀ ରଖିଥିଲେ। ଏସଡିପିଓ ଶ୍ରୀ ବାରିକଙ୍କ ସୂଚନା ଅନୁସାରେ ଗତ ୨ ତାରିଖରେ ସହରର ସୁରଜ ହରିପାଲ, ନିରୋଜ ହରିପାଲ, ଜିତେନ କୁମ୍ଭାର ଓ ନିରାକାର ବାଗଙ୍କ ସହିତ ତୁଷାରକାନ୍ତ ପାଢୀ ଓ ଗରିବ ପାଣ୍ଡେଙ୍କ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳରେ ସୁରଜଙ୍କ ଗୋଷ୍ଠୀରୁ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଉଭୟ ପକ୍ଷରେ ଉତ୍ତେଜନା ଜାରି ରହିଥିଲା। କିନ୍ତୁ ଘଟଣାର ସମାଧାନ ପାଇଁ ୩ ତାରିଖରେ ଆଶୁତୋଷ ପାଢୀ ଓରଫ ମୁନା ସୁରଜଙ୍କ ଗୋଷ୍ଠୀକୁ ରାଜୀବନଗରକୁ ଡାକିଥିଲେ। ସମାଧାନ କରିବା ପାଇଁ ସୁରଜ ନିଜ ସାଙ୍ଗ ମାନଙ୍କ ସହିତ ରାଜୀବନଗରକୁ ବାହାରିଥିଲେ। କିନ୍ତୁ ଯିବା ବାଟରେ ଗରିବ ଓ ତୁଷାର ମଦନଗୁଡିଆ ବଗିଚା ନିକଟରେ ଥିବା ବିଦେଶୀ ମଦ ଦୋକାନ ସାମ୍ନାରେ ଛିଡା ହୋଇଥିବା ଦେଖି ଉତ୍ତ୍ୟକ୍ତ ହୋଇଥିଲେ। ପ୍ରଥମେ ପଥର ମାଡ କରିବା ପରେ ଲୁହା ପାଇପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ତୁଷାର ଓ ଗରିବ ସେଠି ସଜ୍ଞାହୀନ ହୋଇଥିଲେ। ମାଡ ମାରି ସୁରଜ ଓ ତାର ଗୋଷ୍ଠୀ ଫେରାର ମାରିଥିଲେ। ଆହତ ଦୁଇ ଜଣଙ୍କୁ ପୁଲିସ ଉଦ୍ଧାର କରି ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ପୁଣି ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସେମାନେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ଟାଉନ ପୁଲିସ ଘଟଣାରେ ସମ୍ପୃକ୍ତ ଥିବା ସୁରଜ ହରପାଲ, ନିରୋଜ ହରପାଲ, ଜିତେନ କୁମ୍ଭାର ଓ ନିରାକାର ବାଗକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ଦୁଇଟି ବାଇକ ପୁଲିସ ଜବତ କରିଛି। ତୁଷାର ଓ ଗରିବ ନେଇଯାଇଥିବା ବାଇକକୁ ଏହି ଅଭିଯୁକ୍ତ ମାନେ ନେଇ ଏକ ଜମିରେ ଫୋପାଡିଦେଇଥିବା ବେଳେ ତାକୁ ମଧ୍ୟ ପୁଲିସ ଜବତ କରିଛି। ଏହି ଘଟଣାର ଅଭିଯୁକ୍ତ ମାନଙ୍କୁ ପୁଲିସ ଦ୍ୱାରା ତଦନ୍ତ ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ ପ୍ରୟାସ ଜାରିରହିଥିବା ଏସଡିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

 

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories