www.samajalive.in
Tuesday, December 9, 2025
15.1 C
Bhubaneswar

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ : କୋଭିଡ-୧୯ ନିୟମାବଳିକୁ ଭାଙ୍ଗୁଥିବା ଅମାନିଆଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାରକୁ ନିର୍ଦେଶ

ବୋଲଗଡ: କରେନା ମହାମାରୀ ସାରା ବିଶ୍ୱରେ ତାର ଆତଙ୍କରାଜ ଚାଲିଥିବାବେଳେ ଓଡିଶା ରାଜ୍ୟ ଏଥିରୁ ବାଦ ପଡିନାହିଁ। ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ସଂକ୍ରମଣ ପ୍ରଶାସନପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସରକାରୀ ସ୍ତରରେ ବହୁପଦକ୍ଷେପ ନିଆଯାଇ ଏହି ସଂକ୍ରମଣକୁ କିପରି ରୋକାଯାଇ ପାରିବ ଏବଂ ଲୋକମାନେ କିଭଳି ସଚେତନ ହେବେ ଏହାକୁ ନେଇ ଭିଡିଓ କନଫରେସିଂ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ଏହି ସମୀକ୍ଷା ବୈଠକରେ ବୋଲଗଡ ବ୍ଲକର ଅଧିକାରୀଙ୍କ ସମେତ ୧୯ଟି ପଞ୍ଚାୟତର ସରପଞ୍ଚ ଯୋଗ ଦେଇଥିଲେ। ମାସ୍କ ପିନ୍ଧୁ ନଥିବା, ସାମାଜିକ ଦୂରତାକୁ ରକ୍ଷା କରୁନଥିବା ଏବଂ କୋଭିଡ-୧୯ ନିୟମାବଳିକୁ ଭାଙ୍ଗୁଥିବା ଅମାନିଆଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାରକୁ ନିର୍ଦେଶ ଦେଇଥିଲେ। ସରପଞ୍ଚମାନେ ସମସ୍ୟାକୁ ସମସ୍ତଙ୍କୁ ସାମ୍ନା କରିବାକୁ ହେବ। ଆଗାମୀ ଦିନରେ କରୋନା ଟେଷ୍ଟିଂକୁ ପଞ୍ଚାୟତ ମାନଙ୍କରେ ବୃଦ୍ଧି କରାଇ ପ୍ରତ୍ୟେକ ଲୋକଙ୍କୁ ନିଜ ନିଜର କରୋନା ପରୀକ୍ଷା କରାଇବାକୁ ପ୍ରବତ୍ତ୍ରାଇବା, ମାସ୍କ ବ୍ୟବହାର ସହିତ ସାମାଜିକ ଦୁରତାକୁ ଗୁରୁତ୍ୱ ଦେବା, କରୋନାରୁ ଭଲ ହୋଇଫେରିଥିବା ବ୍ୟକ୍ତିମାନେ ଯେପରି ସେମାନଙ୍କର ପ୍ଲାଜମା ଦାନ କରିବାକୁ ମନ ବଳାଇବେ ସେଥି ପ୍ରତି ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ। ଏହି ଭିଡିଓ କନଫରେସିଂ ସମୀକ୍ଷା ବୈଠକରେ ବିଡିଓ ଧୋବେଇ ନାଏକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୋପାଳ ଚରଣ ବେହେରା, ବ୍ଲକ ନୋଡାଲ ଅଧିକାରୀ ସୈାମ୍ୟରଞ୍ଜନ ରାୟ, ବିପିଏମ ପ୍ରକାଶଚନ୍ଦ୍ର ବଳିୟାରସିଂହ,ସାମାଜିକ ଜନକଲ୍ୟାଣ ଅଧିକାରୀ କାମଦେବ ନାୟକଙ୍କ ସହିତ ବ୍ଲକର ସମସ୍ତ କର୍ମଚାରୀ ଏବଂ ୧୯ଗୋଟି ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories