ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀର ମୃତ୍ୟୁ

0

ପୁରୀ: ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀର ମୃତ୍ୟୁ ହୋଇଛି। ମୃତ କଏଦୀ ପୁରୀ ଜିଲା କାକଟପୁର ଅଞ୍ଚଳର ନାମ ତ୍ରିଲୋଚନ ମଲ୍ଲିକ। ଆଜି ଭୋର ସମୟରେ ତ୍ରିଲୋଚନଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ସେ ପାଇଖାନାରୁ ଆସିବା ପରେ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କୁ ପୁରୀ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ଅନୁଯାୟୀ, ତ୍ରିଲୋଚନ ୨୦୦୬ ମସିହାରେ ତାଙ୍କ ପୁତୁରାକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇ ପୁରୀ ଜେଲରେ ଆଜୀବନ କାରାଦଣ୍ଡରେ ଭୋଗୁଥିଲେ। ମଝିରେ ତାଙ୍କ ମାନସିକ ଅବସ୍ଥା ଠିକ ନ ରହିବାରୁ ଚୌଦ୍ୱାର ଜେଲରେ ରହି ଚିକିତ୍ସିତ ହେଉଥିଲେ। ସେ ସୁସ୍ଥ ହେବା ପରେ ୨୦୧୪ରେ ପୁଣି ପୁରୀ ଜେଲକୁ ସ୍ଥାନାନ୍ତର କରାଯାଇଥିଲା।

Leave A Reply