www.samajalive.in
Tuesday, December 9, 2025
23.1 C
Bhubaneswar

୧ଲକ୍ଷ ୩୨ହଜାରଙ୍କୁ ମିଳିବ ଭୂସମ୍ପତ୍ତି କାର୍ଡ

ନୂଆଦିଲ୍ଲୀ: ଜମିଜମା ରେକର୍ଡ ସଂରକ୍ଷଣ କ୍ଷେତ୍ରରେ କେନ୍ଦ୍ର ସରକାର ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହାଦ୍ବାରା କାହାକୁ ଆଉ ନିଜ ପାଖରେ କବଲା କିମ୍ବା ପଟ୍ଟା ରଖିବାକୁ ପଡ଼ି ନ ପାରେ। ଆଧାର କାର୍ଡ ଭଳି ଏକ ଡିଜିଟାଲ କାର୍ଡରେ ସମସ୍ତ ଭୂସମ୍ପତ୍ତିର ରେକର୍ଡ ବା ବିବରଣୀ ଉପଲବ୍ଧ ହେବ। ଏହାକୁ ଆବଶ୍ୟକ ସମୟରେ ଏଟିଏମ୍‌ କାର୍ଡ ଭଳି ମଧ୍ୟ ବ୍ୟବହାର କରାଯାଇପାରିବ। ଡ୍ରେ‌ାନ କ୍ୟାମେରା ମ୍ୟାପିଂ ମାଧ୍ୟମରେ ଭୂସମ୍ପତ୍ତିର ବିବରଣୀ ନିଆଯାଇ ଏହି କାର୍ଡରେ ସ୍ଥାନିତ କରାଯାଇଛି। ଏହାଦ୍ବାରା ଆଉ କେହି ଜମିଜମା କାଗଜପତ୍ରକୁ ନେଇ ବିବାଦରେ ଫସିବାର ଆଶଙ୍କା ରହିବ ନାହିଁ। ପୁନଶ୍ଚ ବର୍ଷ ବର୍ଷ ଧରି ଚାଲିଥିବା ସମ୍ପତ୍ତି ବିବାଦର ଅନ୍ତ ଘଟିବା ଆଶା କରାଯାଉଛି। ଏସଭିଏମଆଇଟିଭିଏ ଯୋଜନାରେ ସରକାର ଜମି ମାଲିକଙ୍କ ପାଇଁ ଏହି ସୁବିଧା କରିଛନ୍ତି। ଏଭଳି ଅଭିନବ ବ୍ୟବସ୍ଥାର ପ୍ରାଥମିକ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୭୬୩ ଗାଁର ୧୩୨,୦୦୦ ଲୋକଙ୍କୁ ଭୂସମ୍ପତ୍ତିର ବିବରଣୀ ଥିବା ଏଭଳି କାର୍ଡ ପ୍ରଦାନ କରିବେ। ହରିୟାଣାର ୨୨୧, କର୍ଣ୍ଣାଟକର ୨, ମହାରାଷ୍ଟ୍ରର ୧୦୦, ମଧ୍ୟପ୍ରଦେଶର ୪୪, ଉତ୍ତରପ୍ରଦେଶର ୩୪୬ ଗାଁର ଲୋ​‌େ​‌କ ଏହି ଭୂସମ୍ପତ୍ତି କ‌ାର୍ଡ ପାଇବେ। ସୂଚନାଯୋଗ୍ୟ ଯେ ଏହି ଡ୍ରୋନ୍‌ ମ୍ୟ‌ାପିଂ କାର୍ଯ୍ୟ ଗତ ଏପ୍ରିଲ୍ ୨୪ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘ଏସଭିଏମଆଇଟିଭିଏ’ ପ୍ରକଳ୍ପରେ କାର୍ଯ୍ୟକାରୀ ହେଉଛି। ୨୦୨୪ସୁଦ୍ଧା ୬.୪୦ ଲକ୍ଷ ଗାଁର ମ୍ୟାପିଂ କରାଯିବା ଲକ୍ଷ୍ୟ ରଖାଯାଇଛି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories