www.samajalive.in
Monday, December 15, 2025
16.1 C
Bhubaneswar

ବିଷାକ୍ତ ସାପ କାମୁଡ଼ାରେ ୱେଷ୍କୋ ହେଲପରଙ୍କ ମୃତ୍ୟୁ

ବୁର୍ଲା : ଆଜି ବୁର୍ଲା ୱେଷ୍କୋ ବିଭାଗୀୟ ଠିକା କର୍ମଚାରୀଙ୍କ ମୃତ୍ୟୁ ପରେ ମୃତଦେହକୁ ଧରି ବିଭାଗୀୟ କର୍ମଚାରୀମାନେ ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କ୍ଷତିପୂରଣ ଦାବି କରିଥିଲେ। ସୁଚନାରୁ ପ୍ରକାଶ ଯେ, ଏକ ବିଷଧର ସର୍ପ(ଚିତିସାପ) କାମୁଡାରେ ବୁର୍ଲା  ୱେସ୍କୋ କାର୍ଯ୍ୟାଳୟ ଅଧିନରେ ରହିଥିବା ଗୋଡଭଗା ଗ୍ରୀଡରେ କାର୍ଯ୍ୟରତ ହେଲେପର ଲଳିତ ନାଏକ (୨୭)ଙ୍କ ବୁର୍ଲା ଭିମସାରରେ ଚିକିତ୍ସାଧିନ ମୃତ୍ୟୁ ଘଟିଥିଲା । ତେବେ ମୃତ ଲଳିତଙ୍କ ଘର ବରଗଡ ଜିଲ୍ଲା ଅତାବିରା ଥାନା ଅର୍ନ୍ତଗତ ଝାଙ୍ଗେଡ ଗ୍ରାମରେ ବୋଲି ଜଣାପଡିଛି । ମୃତ ଲଳିତଙ୍କ ବାପାଙ୍କ ନାମ ପରୁଷୋତ୍ତମ ନାଏକ । ତେବେ ଲଳିତ ଆଜି ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଅବହେଳା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗରେ କର୍ମଚାରୀ ଏବଂ ସ୍ଥାନୀୟ ବାସୀନ୍ଦା ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାପରେ କର୍ମଚାରୀମାନେ ଏବଂ ମୃତକଙ୍କ ପରିବାର ତଥା ବନ୍ଧୁବର୍ଗ ମୃତଦେହକୁ ନେଇ ବୁର୍ଲା ୱେସ୍କୋ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ରଖି ଦୀର୍ଘ ତିନି ଘଣ୍ଟା କାଳ କ୍ଷତିପୂରଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ କାର୍ଯ୍ୟାଳୟ ପକ୍ଷରୁ ଶବ ସତ୍କାର କରିବା ବାବଦରେ ୨୦ ହଜାର ଟଙ୍କା ନଗଦ ପ୍ରଦାନ କରାଯାଇଥିବା ବେଳେ ଏକ ଲକ୍ଷ ଟଙ୍କାର ଚେକ୍ ମୃତ ଲଳିତଙ୍କ ମାଁଙ୍କ ନାମରେ ପ୍ରଦାନ କରାଯାଇଥିବା ଜଣାପଡିଛି। ଏହାପରେ ଆଉ ଦୁଇରୁ ତିନି ଦିନ ମଧ୍ୟରେ ଲଳିତ କାମ କରୁଥିବା ଠିକାସଂସ୍ଥା ପକ୍ଷରୁ ଆଉ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବା ନେଇ ପ୍ରତିଶୃତି ପରେ ମୃତଦେହକୁ ପରିବାର ଲୋକେ ଗ୍ରହଣ କରିଥିଲେ ।

ମୃତ ଲଳିତ ଦୀର୍ଘ ବର୍ଷ ହେବ ଏକ ଠିକା ସଂସ୍ଥା ଅଧିନରେ ଗୋଡଭଗା ସ୍ଥିତ ଗ୍ରୀଡରେ ହେଲପର ଭାବରେ କାମ କରିଆସୁଥିଲେ। ତେବେ ଗତକାଲି ରାତିରେ ସେ କାର୍ଯ୍ୟରତ ରହିଥିବା ସମୟରେ ରାତିପ୍ରାୟ ୧୧ଟା ୪୦ ମିନିଟରେ ଏକ ବିଷଧର ସାପ ଚିତି ସାପ ଆସି ତାଙ୍କ ବାମଗୋଡରେ ଦଂଶନ କରି ଦେଇଥିଲା । ଏହାପରେ ଲଳିତ ସାପକୁ ଚିହ୍ନିବା ପାଇଁ ସାପଟିର ଫଟୋ ତାଙ୍କ ମୋବାଇଲ କ୍ୟାମେରାରେ ଉଠାଇଥିଲେ । ଘଟଣା ସମ୍ପର୍କରେ ତାଙ୍କ ସହକର୍ମୀଙ୍କୁ ଫୋନ୍ କରି ଜଣାଇଥିଲେ । ଏହାପରେ ତୁରନ୍ତ ସହକର୍ମୀ ମାନେ ଘଟଣା ସ୍ଥଳରେ ପହଂଚି ଲଳିତଙ୍କୁ ଏକ କାର ସାହାଯ୍ୟରେ ବୁର୍ଲା ଭିମସାରର ଆଶୁଚିକିତ୍ସା ବିଭାଗକୁ ଚିକିତ୍ସା ପାଇଁ ଆଣିଥିଲେ । ବୁର୍ଲା ଭିମସାରରେ ପହଞ୍ଚିବା ପର୍ଯ୍ୟନ୍ତ ଲଳିତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଥିବା ବେଳେ ସେ ନିଜେ ଗାଡିରୁ ଓହ୍ଲାଇ ଚାଲି ଚାଲି ମେଡିକାଲ ଭିତରକୁ ପ୍ରବେଶ ମଧ୍ୟ କରିଥିଲେ ବୋଲି ସାଙ୍ଗରେ ଆସିଥିବା କର୍ମଚାରୀ ମାନେ କହିଛନ୍ତି । ଏହାପରେ ତାଙ୍କୁ ରାତି ପ୍ରାୟ ୧୨ ଟା ସମୟରେ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଥିଲା । ରାତି ପ୍ରାୟ ୩ ଟା ସମୟରେ ତାଙ୍କୁ ମେଡିସିନ୍ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ତାଙ୍କ ସ୍ୱାସ୍ଥ୍ୟାସ୍ଥାରେ ଅବନତି ଘଟିଥିଲା । ଭୋର ସକାଳ ସମୟ ପ୍ରାୟ ୪ଟା ୪୦ମିନିଟରେ ତାଙ୍କର ଚିକିତ୍ସାଧିନ ମୃତ୍ୟୁ ହୋଇଯାଇଥିଲା। ତେବେ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସହକର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

- Advertisement -

 

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories