www.samajalive.in
Monday, December 8, 2025
13.1 C
Bhubaneswar

ଭୂମିହୀନ ଦର୍ଶାଇ ନିର୍ମାଣଧିନ ପାର୍କକୁ ହାତେଇ ନେବା ଘଟଣା, ୩୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପାର୍କରେ ବୃକ୍ଷରୋପଣ

ଫୁଲବାଣୀ/ଚକାପାଦ : କନ୍ଧମାଳ ଜିଲା ଚକାପାଦ ବ୍ଳକ ବସ୍ତିଙ୍ଗିଆରେ ଠାରେ ସରକାରୀର ଅନୁଦାରେ  ନିର୍ମାଣ ହେଉଥିବା ଏକ ପାର୍କକୁ ଜଣେ ବ୍ୟକ୍ତି ନିଜକୁ ଭୁମିହୀନ ଦର୍ଶାଇ ପାର୍କ ନିର୍ମାଣ ହେଉଥିବା ସରକାରୀ ଜମିକୁ ହାତେଇ ନେବା ଘଟଣା ଦିନକୁ ଦିନ ଭିନ୍ନ ମୋଡ ନେଉଛି। ଗତ ଦିନରେ ଉକ୍ତ ଜମିକୁ ନେଇ ମାମଲା ଥାନାରେ ପହଁଚିଥିବା ବେଳେ ଗାନ୍ଧୀଜୟନ୍ତି ଅବସରରେ ବସ୍ତିଙ୍ଗିଆ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମସଭାରେ ଉକ୍ତ ପାର୍କକୁ ଉଦ୍‌ଘାଟନ ନେଇ ନିଷ୍ପତ୍ତି ନିଆଯିବା ସହିତ ଆଦିବାସୀ ପରମ୍ପରା ପ୍ରକାରେ ପୂଜାରୀ (ଜାନୀ)ଙ୍କ ଦ୍ୱାରା ପୂଜାପାଠ କରିବା ପରେ ତାହାକୁ ଆନୁଷ୍ଠାନକ ଭାବେ ଉଦ୍‌ଘାଟନ କରାଯାଇଛି। ଗୁରୁବାର ବସ୍ତିଙ୍ଗିଆ ପଂଚାୟତ ମହିଳା ସଂଘର ପ୍ରାୟ ୩୨ଟି ସ୍ୱୟଂ ସହାୟକ ଗୋଷ୍ଠୀର ଶହ ଶହ ମହିଳା ସାମିଲ୍ ହୋଇ ଉକ୍ତ ପାର୍କକୁ ସଫା କରିବା ସହିତ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଛନ୍ତି। ଉକ୍ତ ପାର୍କକୁ ସୌନ୍ଦର୍ଯ୍ୟ କରଣ  କରିବା ପାଇଁ ମହିଳା ସଂଘମାନଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯିବା ସହିତ ଆସନ୍ତା ୧୫ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ଉକ୍ତ ଜମିକୁ ଚଞ୍ଚକତା କରି ହଡ଼ପ କରିଥିବା ବ୍ୟକ୍ତଙ୍କ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ସେହିଭଳି ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଲିସ୍ ଚୁପ୍ ହୋଇ ବସିଥିବା ସ୍ଥାନୀୟ ସରପଂଚ ନଳିନୀ କହଁର ଅସନ୍ତୋଷ ପ୍ରକାଶ କରିଛନ୍ତି।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories