ଚିଟ୍‌ଫଣ୍ଡ କମିସନ : ଅର୍ଥ ଫେରସ୍ତ ପାଇଲେ ୧୧ଜମାକାରୀ

0

କଟକ: ଚିଟ୍‌ଫଣ୍ଡ କମିସନ ଜଷ୍ଟିସ ମଦନ ମୋହନ ଦାସଙ୍କ କାର୍ଯ୍ୟାଳୟରେ ଏକ କମ୍ପାନୀ ହାଜର ହୋଇ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିଛି। କମିସନଙ୍କ ନିର୍ଦ୍ଦେଶକ୍ରମେ ବିଭୁ କଲ୍ୟାଣ ଇନଫ୍ରା ପ୍ରାଇଭେଟ ଲିମିଟେଡ ନାମକ ସଂସ୍ଥା ମଙ୍ଗଳବାର ୧୧ଜଣ ଜମାକାରୀଙ୍କୁ ଡ୍ରାଫ୍ଟ ଆକାରରେ ଟଙ୍କା ପ୍ରଦାନ କରିଥିବାବେଳେ କମିସନଙ୍କ ଆଦେଶକୁ ପାଳନ କରିବାରେ ଅବହେଳା ପାଇଁ ପ୍ରତ୍ୟେକ ଜମାକାରୀଙ୍କୁ ୫୦୦ଟଙ୍କା ଲେଖାଁଏ ଜୋରିମାନା ଆକାରରେ ପ୍ରଦାନ କରିଛି। ତେବେ ଏହି କମ୍ପାନୀ ୩୦ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ଥିବାବେଳେ ପୂର୍ବରୁ ଜଣେ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିଥିଲା। ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।

Leave A Reply