ଟ୍ରେନ ଛାଡିବାର ପାଞ୍ଚ ମିନିଟ ପୂର୍ବରୁ ମଧ୍ୟ ମିଳିବ ଟିକେଟ

ପୂର୍ବଭଳି ରେଳ ଯାତ୍ରୀମାନେ ଟ୍ରେନ ଛାଡିବାର ପାଞ୍ଚ ମିନିଟ ପୂର୍ବରୁ ମଧ୍ୟ ସଂରକ୍ଷିତ ଟିକେଟ ବୁକ୍ କରିପାରିବେ। କରୋନା ମହାମାରୀ ସମୟରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନର ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇଛି। ପୂର୍ବରୁ ପ୍ରଚଳିତ ଏହି ସୁବିଧା କରୋନା ସଂକ୍ରମଣ ଯୋଗୁ ବନ୍ଦ ରଖାଯାଇଥିଲା। ରେଳବାଇ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ସ୍ୱତନ୍ତ୍ର ଟ୍ରେନରେ ସଂରକ୍ଷଣ ଚାର୍ଟ ଦୁଇଥର ପ୍ରସ୍ତୁତ ହେବ। ପ୍ରଥମ ସଂରକ୍ଷଣ ଚାର୍ଟ ଟ୍ରେନ ଛାଡିବାର ୪ ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହେବ। ଏହି ସମୟ ମଧ୍ୟରେ ଯଦି ସିଟ୍ ଖାଲି ରହେ ତେବେ ପୁଣିଥରେ ୩୦ରୁ ୫ ମିନିଟ୍ ପୂର୍ବରୁ ଅନ୍ୟ ଏକ ଚାର୍ଟ ପ୍ରକାଶ ପାଇବ।

ରେଳବାଇ କହିଛି ଯେ ଟିକେଟ୍ କାଉଣ୍ଟରରେ ଟ୍ରେନ ଛାଡିବାର ପାଞ୍ଚ ମିନିଟ୍ ପୂର୍ବରୁ ସଂରକ୍ଷିତ ଟିକେଟ୍ ବୁକ୍ କରିବାର ସୁବିଧା ରହିବ। ପ୍ରଥମେ ଆସିଥିବା ଯାତ୍ରୀଙ୍କୁ ଯାତ୍ରା କରିବ ପାଇଁ ଇଣ୍ଟରନେଟ୍ ମାଧ୍ୟମରେ ଟିକେଟ୍ ବୁକ୍ କରାଯିବ। ଟ୍ରେନଗୁଡିକର ନିର୍ଦ୍ଧାରିତ କିମ୍ବା ପୁନଃ ନିର୍ଦ୍ଧାରିତ ହେବାର ୫ ମିନିଟ୍ ପୂର୍ବରୁ ଦ୍ୱିତୀୟ ସଂରକ୍ଷଣ ଚାର୍ଟ ପ୍ରସ୍ତୁତ ହେବ। ଏହି ଅବଧି ମଧ୍ୟରେ ପୂର୍ବରୁ ବୁକ୍ ହୋଇଥିବା ଟିକେଟ୍ ମଧ୍ୟ ନିୟମ ଅନୁଯାୟୀ ବାତିଲ୍ ହୋଇପାରିବ। ଏହି ପରିପ୍ରେକ୍ଷୀରେ ସମସ୍ତ ଜୋନାଲ ରେଳବାଇକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ୧୦ରୁ ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.