www.samajalive.in
Saturday, December 13, 2025
27.1 C
Bhubaneswar

ଦଶହରାରେ ଘରେ ପ୍ରସ୍ତୁତ କରନ୍ତୁ ଏହି ସ୍ୱତନ୍ତ୍ର ମିଠା

ମୁଗଡ଼ାଲି ମିଠା
ଆବଶ୍ୟକ ସାମଗ୍ରୀ
ମୁଗଡ଼ାଲି – ୨କପ
କ୍ଷୀର – ୩କପ
ଗୁଜୁରାତି ଗୁଣ୍ଡ – ୧ଚାମଚ
କେଶର – ଅଳ୍ପ
ଚିନି – ୧କପ
ଘିଅ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁ୍‍ତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇ ଗରମ କରନ୍ତୁ। କଡ଼େଇ ଗରମ ହେବା ପରେ ସେଥିରେ ମୁଗଡ଼ାଲିକୁ ଅଳ୍ପ ଭାଜନ୍ତୁ। ଏହା ପରେ ଏହାକୁ ଏକ ପାତ୍ରକୁ କାଢି ପାଣି ଦେଇ ୧ ଘଣ୍ଟା ବତୁରାଇ ଦିଅନ୍ତୁ। ବତୁରିବା ପରେ ଏହାକୁ ଛାଣି ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ଗରମ କରନ୍ତୁ। କଡ଼େଇରେ ମୁଗଡ଼ାଲି ପକାଇବାର କିଛି ସମୟ ପରେ କ୍ଷୀର, ଗୁଜୁରାତି ଗୁଣ୍ଡ ପକାଇ ଏହାକୁ ଭଲ ଭାବେ ଗୋଳାନ୍ତୁ। ଗୋଳାଇବା ପରେ ଏଥିରେ ଅଳ୍ପ ଘିଅ, ଅଳ୍ପ ଅଟା ପକାଇ ଡ଼ଙ୍କି ଦ୍ୱାରା କ୍ଷୀରରେ ଏହାକୁ ପେଷ୍ଟ ଭଳି କରିବା ପାଇଁ ସମାନ କରି ଘାଣ୍ଟନ୍ତୁ। ଏହା ପରେ ଏହାକୁ ଏକ ପାତ୍ରକୁ କାଢି କିଛି ସମୟ ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ହାତରେ ସାମାନ୍ୟ ଘିଅ ଲଗାଇ ଏହାକୁ ବରା ଆକୃତିର କରନ୍ତୁ। ଏହାର ମଝି ଅଂଶକୁ ସାମାନ୍ୟ କଣା କରି କାଠି ଦ୍ୱାରା ଏହାର ଚାରି ପାଖରେ ଗାର ଗାର କରି ଦିଅନ୍ତୁ। ଏହାକୁ ଘୋଡ଼ାଇ କିଛି ସମୟ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ୧କପ ଚିନିରେ ୨କପ ପାଣି ସାମାନ୍ୟ କେଶର ପକାଇ ସିରା ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ ଆଉ ଏକ କଡ଼େଇରେ ତେଲ ଗରମ କରି ପ୍ରସ୍ତୁତ କରି ରଖିଥିବା ମୁଗଡ଼ାଲି ବରାକୁ ଛାଣନ୍ତୁ। ଛାଣିବା ପରେ ଏହାକୁ ସିରାରେ ପକାଇ ୨୦ ରୁ ୩୦ ମିନିଟ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ମୁଗଡ଼ାଲି ମିଠା।
ଛେନା ମିଠା

ଆବଶ୍ୟକ ସାମଗ୍ରୀ
କ୍ଷୀର –୧ ଲିଟର
ଛେନା
ପେଷା ଚିନି – ୩ ଚାମଚ
ଘିଅ – ଆବଶ୍ୟକ ପରିମାଣରେ
ଗୁଜୁରାତି ଗୁଣ୍ଡ – ୧ ଚାମଚ
ଗୋଲାପ ଜଳ – ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ ଓ କ୍ଷୀର ଗରମ କରନ୍ତୁ। କ୍ଷୀର ଗରମ ହେବା ପରେ ଏଥିରେ ଏକ ଲେମ୍ବୁ ଚୁପୁଡ଼ି ଦିଅନ୍ତୁ। ଲେମ୍ବୁ ଚୁପୁଡ଼ିବା ପରେ ଏଥିରୁ ଛେନା ପ୍ରସ୍ତୁତ ହୋଇଯିବ। ଏହା ପରେ ଏହାକୁ ଏକ ସୂତା କପଡ଼ାକୁ କାଢି ଛେନାରୁ ଭଲ ଭାବେ ପାଣିକୁ ଚୁପୁଡ଼ି ଦିଅନ୍ତୁ ଓ ଏକ ପାତ୍ରରେ ରଖନ୍ତୁ। କିଛି ସମୟ ପରେ ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ। ଚକଟିବା ସମୟରେ ଏଥିରେ ଚିନି, ଗୁଜୁରାତି ଗୁଣ୍ଡ, ଗୋଲାପ ଜଳ ପକାଇ ଭଲ ଭାବେ ଚକଟନ୍ତୁ। ଏବେ ଏକ ପାତ୍ରରେ ଘିଅ ଲଗାଇ ଏଥିରେ ଚକଟା ଯାଇଥିବା ଛେନାକୁ ରଖନ୍ତୁ। ଓଭନରେ କିମ୍ବା ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ପାଣି ଦେଇ ଏକ ଜାଲି ରଖନ୍ତୁ ଓ ପାତ୍ରରେ ରଖିଥିବା ଛେନାକୁ ବସାନ୍ତୁ। ଏହାକୁ ୨୦ରୁ ୩୦ ମିନିଟ ବସାନ୍ତୁ। ଏହା ପରେ ଏକ ପାତ୍ରକୁ କାଢି କିଛି ସମୟ ଫ୍ରିଜରେ ରଖି ଖାଆନ୍ତୁ ଓ ମଜା ନିଅନ୍ତୁ।
ସେଓ ମିଠା
ଆବଶ୍ୟକ ସାମଗ୍ରୀ
ଚିନି – ୧କପ
ପାଣି – ୨କପ
ଅମୁଲ – ଆବଶ୍ୟକ ପରିମାଣରେ
ଘିଅ – ଆବଶ୍ୟକ ପରିମାଣରେ
କେସର – ଅଳ୍ପ
ଲବଙ୍ଗ – ଅଳ୍ପ
ଖାଦ୍ୟରେ ବ୍ୟବହୃତ ଲାଲ ରଙ୍ଗ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ଛୋଟ ପାତ୍ରରେ ଅଳ୍ପ କ୍ଷୀରରେ କିଛି କେସର ମିଶାଇ ରଖନ୍ତୁ। ଏହାପରେ ଗ୍ୟାସରେ ଏକ ପାତ୍ରରେ ବସାଇ ଚିନି ଓ ପାଣି ଦେଇ ସିରା ପ୍ରସ୍ତୁତ କରନ୍ତୁ। ସିରା ଭଳି ହୋଇ ଆସିଲେ ଏଥିରେ ଅମୁଲ ପକାଇ ୨ମିନିଟ ଭଲ ଭାବେ ଗୋଳାଇ ଦିଅନ୍ତୁ। ପୁଣି ଏହା ଉପରେ ଘିଅ ପକାଇ ଭଲ ଭାବେ ଗୋଳାନ୍ତୁ। ଘିଅ ପକାଇବା ପରେ କେସର ମିଶ୍ରିତ କ୍ଷୀର, ଖାଦ୍ୟରେ ବ୍ୟବହୃତ ଲାଲ ରଙ୍ଗ ପକାଇ ପୁଣି ଗୋଳାନ୍ତୁ। ଗୋଳାଇବା ପରେ ଏହି ମିଶ୍ରଣକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ମିଶ୍ରଣ ଥଣ୍ଡା ହେବା ପରେ ଏଥିରେ ହାତରେ ସେଓ ଆକୃତିର କରି ମଧ୍ୟ ଭାଗରେ ଲବଙ୍ଗ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସେଓ ମିଠା।
କ୍ଷୀର ଗଇଁଠା ପିଠା
ଆବଶ୍ୟକ ସାମଗ୍ରୀ
କ୍ଷୀର – ୧ଲିଟର
ଚାଉଳ ଚୁନା – ୨କପ
ଚିନି – ୧କପ
ଗୁଜୁରାତି ଗୁଣ୍ଡ – ୧ଚାମଚ
ଲୁଣ – ସାମାନ୍ୟ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ କଡ଼େଇ ବସାନ୍ତୁ। କଡ଼େଇ ଗରମ ହୋଇଗଲେ ୨କପ କ୍ଷୀର ସହ ଅଳ୍ପ ପାଣି ଦେଇ ଫୁଟାନ୍ତୁ। କ୍ଷୀର ଫୁଟିଲେ ଅଧ କପ ଚିନି ସାମନ୍ୟ ଲୁଣ ପକାଇବା ପରେ ଚାଉଳଗୁଣ୍ଡ ପକାଇ ଭଲ ଗୋଳାନ୍ତୁ ଓ ଜନ୍ତଣି ପ୍ରସ୍ତୁତ କରନ୍ତୁ। ଜନ୍ତଣି ପ୍ରସ୍ତୁତ ହେବା ପରେ ଏହାକୁ ଥଣ୍ଡା କରି ଛୋଟ ଛୋଟ ବଲ ଆକୃତିର କରି ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସରେ ପୁଣି କଡ଼େଇ ବସାଇ କ୍ଷୀର ଫୁଟାନ୍ତୁ। କ୍ଷୀର ଫୁଟିବା ପରେ ଚିନି ପ୍ରସ୍ତୁତ ବଲକୁ ପକାଇ ଧୀରେ ଧୀରେ ଗୋଳାନ୍ତୁ। ଏହା ପରେ ଏକ ଛୋଟ ଗିନାରେ ୧ ଚାମଚ ଚାଉଳ ଗୁଣ୍ଡରେ କିଛି କ୍ଷୀର ଗୋଳାଇ ଏଥିରେ ମିଶାନ୍ତୁ। ଶେଷରେ କିଛି ଗୁଜୁରାତି ଗୁଣ୍ଡ ପକାଇ ଗ୍ୟାସରେ ୪ରୁ ୫ ମିନିଟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା କ୍ଷୀର ଗଇଁଠା ପିଠା।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories