www.samajalive.in
Friday, December 5, 2025
20.1 C
Bhubaneswar

ୱାଟସନ୍ ଓ ଡୁପ୍ଲେସିଙ୍କ ଧୂଆଁଧାର ବ୍ୟାଟିଂ : ୧୦ ୱିକେଟରେ ଜିତିଲା ଚେନ୍ନଇ

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ରବିବାର ଅନୁଷ୍ଠିତ ଦ୍ବିତୀୟ ମ୍ୟାଚରେ କିଙ୍ଗସ୍ ଏକାଦଶ ପଞ୍ଜାବକୁ ଚେନ୍ନଇ ସୁପରକିଙ୍ଗସ୍‌ ୧୦ ୱିକେଟରେ ପରାସ୍ତ କରିଛି। ମ୍ୟାଚ ଜିତିବା ପାଇଁ ଚେନ୍ନଇ ସୁପର କିଙ୍ଗସ୍ ଲାଗି ୧୭୯ରନ ଟାର୍ଗେଟ ଥିବା ବେଳେ କୌଣସି ୱିକେଟ ନ ହରାଇ ଚେନ୍ନଇ ଏହି ସହଜ ବିଜୟ ହାସଲ କରିଛି। ଡୁପ୍ଲେସିଙ୍କ ସର୍ବାଧିକ ୮୭ ଓ  ୱାଟସନଙ୍କ ୮୩ରନ ବଳରେ ଚେନ୍ନଇ ଏହି  ବିଜୟ ହାସଲ କରିଛି।

ପୂର୍ବରୁ କିଙ୍ଗସ୍ ଏକାଦଶ ପଞ୍ଜାବ ଟସ ଜିତି ପ୍ରଥମେ ବ୍ୟଟିଂ ନିଷ୍ପତ୍ତି ନେଇ ୧୭୮ରନ କରିଥିଲା ପ୍ରଥମେ  ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ ଓପନ କରିଥିଲେ। ପରେ ମୟଙ୍କ ଅଗ୍ରଓ୍ବାଲ ୨୬ ରନ କରି ଆଉଟ ହୋଇଥିଲେ। ମନଦିପ ସିଂ ୨୭ କରି ପାଭିଲିୟନ ଫେରିଥିଲେ । ଅନ୍ୟପକ୍ଷରେ ଲୋକେଶ ରାହୁଲ ଓ ନିକୋଲାସ ପୁରନଙ୍କ ବିସ୍ଫୋରକ ବ୍ୟଟିଂ ଦେଖିବାକୁ ମିଳିଥିଲେ । ନିକୋଲାସ ପୁରନ ୧୭ ବଲରେ ୩୩ ରନ କରି ଆଉଟ ହୋଇଥିଲେ।ପରେ ପରେ ଲୋକେଶ ରାହୁଲ ମଧ୍ୟ ୫୨ ବଲକୁ ୬୩ ରନ ସଂଗ୍ରହ କରି ଆଉଟ ହୋଇଥିଲେ । ମାକ୍ସଓ୍ବେଲ(୧୧) ଓ ସର୍ଫରାଜ ଖାନ (୧୪) ରନ କରି ପାରିକୁ ସମ୍ଭାଳିବା ସହ ଅପରାଜିତ ରହିଥିଲେ।

- Advertisement -

ସେହିପରି ଚେନାଇ ସୁପରକିଙ୍ଗସ ପକ୍ଷରୁ ସର୍ଦୁଳ ଠାକୁର ୨ଟି ଓ୍ବିକେଟ ନେଇଥିବା ବେଳ  ପିୟୁଷ ଚାଓ୍ବାଲା ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।

ୱାଟସନ ମ୍ୟାନ ଅଫ୍ ଦ ମ୍ୟାଚ ବିବେଚିତ ହୋଇଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories