www.samajalive.in
Saturday, December 13, 2025
23.1 C
Bhubaneswar

‘ସମାଜ’ ପ୍ରଭାବ, ରାଣୀବନ୍ଧ ପ୍ରବେଶ ପଥକୁ ସଫା କଲା ପୌରପରିଷଦ

ବଲାଙ୍ଗିର: ‘ଦୁର୍ଗନ୍ଧରେ ପାଟି ପଡୁଛି ରାଣୀବନ୍ଧ’ ଶୀର୍ଷକ ଖବର ଦୈନିକ ସମାଜରେ ଗତ ୨୯ ସେପ୍ଟେମ୍ବରରେ ପ୍ରକାଶ ପାଇଥିଲା। ଏ ନେଇ ପ୍ରେମ ରଣା ନାମକ ଜଣେ ଯୁବକ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମତେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଟ୍ୱିଟ ଯୋଗେ ଅଭିଯୋଗ କରିଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଡିଏମଙ୍କ ପାଖକୁ ରିପୋର୍ଟ ତଲବ ହୋଇଥିଲା। ପଦକ୍ଷେପ ସ୍ୱରୂପ ରାଣୀବନ୍ଧକୁ ନିଜେ ପୌର ନିର୍ବାହୀ ଅଧିକାରୀ ଉପସ୍ଥିତ ରହି ସଫା କରାଇଥିଲେ। ଏ ନେଇ ସ୍ଥାନୀୟ ଲୋକେ ଦୈନିକ ଖବର କାଗଜ ‘ସମାଜ’କୁ ଧନ୍ୟବାଦ ଦେଇଛନ୍ତି। ଏହା ଲୋକଙ୍କ ସ୍ୱାର୍ଥ ଜନିତ ହୋଇଥିବା ବେଳେ ସହରର ମୁଖ୍ୟ ସ୍ଥଳରେ ଜଳାଶୟ ରହିଛି। ଏହା ଆବର୍ଜନାମୟ ହୋଇଯାଇଥିବା ବେଳେ ଏହାକୁ ପୌରପାଳିକା ଆଦୌ ସଫା କରୁନଥିଲା। ଶେଷରେ ଜେସିବି ଲଗାଇ ବିଭାଗୀୟ ଅଧିକାରୀ ସଫା କରିଛନ୍ତି। ଏଭଳି ନିୟମିତ ସଫା କଲେ ଏହି ସ୍ଥାନରେ ଅଳିଆ ରହିବ ନାହିଁ ବରଂ ସ୍ୱଚ୍ଛତା ବଜାୟ ରହିବ ବୋଲି ମତପ୍ରକାଶ ପାଇଛି।

ତେବେ ସୂଚନା ଥାଉକି, ବଲାଙ୍ଗିର ଦୈନିକ ବଜାରର ଗାନ୍ଧୀ ପାଠାଗାର ପଛ ପଟ ଦେଇ ସିଧା ଲ’ କଲେଜ ସମ୍ମୁଖରେ ବାହାରିବା ପାଇଁ ରାସ୍ତାଟିଏ ଥିଲା। କିନ୍ତୁ ସେହି ରାସ୍ତାରେ ଆଜି କାଲି ଆଉ ଯା ଆସ କରି ହେଉନଥିଲା। ତେବେ ଉପର ସଫା କରାଯାଇଥିବା ବେଳେ ଜଳାଶୟ ଭିତରେ ଥିବା ପଙ୍କୋଦ୍ଧାର କେବେ କରାଯିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories