www.samajalive.in
Saturday, December 13, 2025
23.1 C
Bhubaneswar

କିରୋସିନି ଦର ୨ ଟଙ୍କା ୧୯ ପଇସା କମିଲା

ନୂଆଦିଲ୍ଲୀ : ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ସରକାର କିରୋସିନି ମୂଲ୍ୟରେ ଲିଟର ପିଛା ୨ ଟଙ୍କା ୧୯ ପଇସା ହ୍ରାସ ଘଟାଇଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଏଡିଏସ୍‌) ବା କ​‌େ​‌ଣ୍ଟ୍ରାଲ ଦୋକାନ ଜରିଆ​‌ରେ ଗରିବ ​ଲୋକଙ୍କୁ ବିକ୍ରି କରାଯାଉଥିବା କିରୋସିନି ଦରରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଏହି ହ୍ରାସ କରିଛନ୍ତି। ଏହାଫଳରେ ସେପ୍ଟେମ୍ବରରେ କିରୋସିନି ଲିଟର ପିଛା ୨୫ ଟଙ୍କା ୮୪ ପଇସା ରହିଥିବାବେଳେ ଏବେ ଏହା ୨୩ ଟଙ୍କା ୬୫ ପଇସାକୁ ହ୍ରାସ ଘଟିଥିବା ଭାରତୀୟ ତୈଳ ନିଗମ(ଆଇଓସି)ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ଦିଲ୍ଲୀର ସମସ୍ତ ଅଞ୍ଚଳରେ ଏଲ୍‌୍ପିଜି ଏବଂ ପିଏନ୍‌ଜି ଜରିଆରେ ଗ୍ୟାସ୍‌ ଯୋଗାଣ ପରେ ସେଠାରେ ୨୦୧୬ ଜୁଲାଇଠାରୁ ପିଡିଏସ୍‌ ଜରିଆରେ କିିରୋସିନି ବିକ୍ରି କରାଯାଉନାହିଁ। ଅପରପକ୍ଷେ ତୈଳ କମ୍ପାନୀଗୁଡିକ ବିମାନ ଇନ୍ଧନ (ଏଟିଏଫ୍‌) ମୂଲ୍ୟରେ କିଲୋଲିଟର ପିଛା ୭୧୯.୨୫ ଟଙ୍କା ବୃଦ୍ଧି ଘଟାଇ ଏହାକୁ କିଲୋଲିଟର ପିଛା ୪୦,୨୧୧.୭୮ ଟଙ୍କା କରିଛନ୍ତି। ତେବେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ​ରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories