www.samajalive.in
Sunday, December 14, 2025
14.1 C
Bhubaneswar

ସହାୟତାର ହାତ ବଢାଇଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, କଟକ ସ୍ଥାନାନ୍ତର ହେଲେ ଦୁଇ ଗୁରୁତର ରୋଗୀ

ବଲାଙ୍ଗିର: ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ ଭାଲୁକୁନ୍ଦ ଗାଁର କର୍କଟ ରୋଗୀ ସୁମନ୍ତ ସାହୁଙ୍କୁ ସହାୟତାର ହାତ ବଢାଇଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ। ହାତରେ କର୍କଟ ରୋଗ ଯୋଗୁ ହାତର ମାଂସ ଝଡିବାକୁ ଲାଗିଥିଲା କିନ୍ତୁ ଅର୍ଥାଭାବ ଯୋଗୁ ଚିକିତ୍ସା କରିପାରୁ ନଥିଲେ ସୁମନ୍ତ। ସେହିପରି ଆଗଲପୁର ବ୍ଲକ ଡୁଙ୍ଗୁରିପାଲି ଗାଁର ରବୀନ୍ଦ୍ର ସେଠଙ୍କ ମଧ୍ୟ ଖାଦ୍ୟନଳୀ ବଙ୍କା ହୋଇଯାଇ ଥିବାରୁ ସେ ଅସହାୟ ଅବସ୍ଥାରେ ପଡି ରହିଥିଲେ। ଉଭୟଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗର ସହାୟତାରେ କଟକ ପଠାଯାଇଥିବା ଜଣାପଡିଛି।

ବଲାଙ୍ଗିର ଜିଲା ଦେଓଗାଁ ବ୍ଲକର ଭାଲୁକୁନ୍ଦ ଗାଁର ସୁମନ୍ତ ସାହୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଅର୍ଥାଭାବ ଯୋଗୁ ସେ ଚିକିସରା କରାଇ ପାରୁନଥିବା ବେଳେ ଖବର ପାଇ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିପରି ଆଗଲପୁର ଡୁଙ୍ଗୁରିପାଲି ଗାଁର ରବୀନ୍ଦ୍ର ସେଠଙ୍କ ଖାଦ୍ୟନଳୀ ବଙ୍ଗା ହୋଇଯାଇଥିଲା ଫଳରେ ସେ ମଧ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ କିନ୍ତୁ ଚିକିତ୍ସା ପାଇଁ ଟଙ୍କା ନଥିବାରୁ ଘରେ ପଡିରହିଥିଲେ। ତାଙ୍କୁ ମଧ୍ୟ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଉଭୟଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ ଯୋଗେ ଜଣାଯାଇଥିଲା। ପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଉଭୟଙ୍କୁ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର କରାଯାଇଥିବା ଫାଉଣ୍ଡେସନର ଉପଦେଷ୍ଟା ଟୁନା ମିଶ୍ର ସୂଚନା ଦେଇଛନ୍ତି। ସେହିପରି ଉଭୟଙ୍କ ଚିକିତ୍ସା ପାଇଁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ପ୍ରତିଷ୍ଠାତା ସୋମନାଥ ମିଶ୍ର କହିଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories