www.samajalive.in
Monday, December 15, 2025
27.1 C
Bhubaneswar

ଗଜପତିଙ୍କ ସେବାକୁ ନେଇ ରାଜନୀତି ଉଷ୍ମ

ଭୁବନେଶ୍ୱର:ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଜପତିଙ୍କ ଛେରାପହରା ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ମିଶନ ଆନ୍ଦୋଳନ ସହ ତୁଳନା କରିବା ପରେ ଏହାକୁ ନେଇ ବିଜେଡ଼ି ଓ ବିଜେପି ମଧ୍ୟରେ ବାକ୍‍ ଯୁଦ୍ଧ ଆରମ୍ଭ ହୋଇଛି।
ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଜଗନ୍ନାଥ ସଂସ୍କୃତି ହେଉଛି ମହାନ ସଂସ୍କୃତି। ଏହି ମହାନ ସଂସ୍କୃତି ସହିତ ହିନ୍ଦୁମାନଙ୍କ ଭାବାବେଗ ଓ ସ୍ୱାଭିମାନ ଯୋଡି ହୋଇ ରହିଛି। ମାତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଯେଉଁ ହିନ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ଗଜପତିଙ୍କ ଛେରାପହଁରା ସେବାକୁ ପ୍ରଧାନମନ୍ତ୍ରୀଙ୍କ ସଫେଇ ଯୋଜନା ସହିତ ତୁଳନା କରି ଲକ୍ଷ ଲକ୍ଷ ହିନ୍ଦୁଙ୍କ ଭାବାବେଗ ଓ ସ୍ୱାଭିମାନ ସହିତ ଖେଳ ଖେଳିଛନ୍ତି। ଏଥିପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ସେମାନଙ୍କ ନିକଟରେ କ୍ଷମା ମାଗନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
ସେହିପରି ସାଂସଦ ପ୍ରତାପ ଦେବ କହିଛନ୍ତି ଯେ ବିଶ୍ୱର କୋଟି କୋଟି ଭକ୍ତଙ୍କ ହୃଦୟର ଠାକୁର ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ମନ୍ତ୍ରୀ ଶ୍ରୀ ପ୍ରଧାନ ରାଜନୀତିକରଣ କରିବା ଏକ ନିନ୍ଦନୀୟ କାର୍ଯ୍ୟ। ଯେଉଁ ସଂସ୍କୃତିର ଧୂଳି, ପାଣି ଓ ପବନର ସ୍ପର୍ଶ ଟିକକ ପାଇବା ପାଇଁ ପ୍ରତିବର୍ଷ ବିଦେଶରୁ ଲକ୍ଷାଧିକ ଭକ୍ତ ଛୁଟି ଆସନ୍ତି ତାଙ୍କ ପ୍ରତି ଏଭଳି ଆଚରଣ ଆଦୌ ଶୋଭନୀୟ ନୁହେଁ। ପର୍ବରୁ ଶ୍ରୀଜଗନ୍ନାଥଙ୍କୁ ନେଇ ଯେଉଁମାନେ ରାଜନୀତି କରିଛନ୍ତି ସେମାନେ ରସାତଳକୁ ଯାଇଛନ୍ତି। ତେଣୁ ଏଭଳି ମନ୍ତବ୍ୟକୁ ମହାପ୍ରଭୁ ଠିକ୍‍ ବିଚାର କରିବେ ବୋଲି ସାଂସଦ ଶ୍ରୀ ଦେବ କହିଛନ୍ତି।
ଅନ୍ୟପକ୍ଷରେ ବିଜେଡ଼ିର କଡ଼ା ଜବାବ ରଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କେମିତି ଭକ୍ତି କରିବ ଓଡିଶାର ଶାସକ ଦଳର ବନ୍ଧୁ ତାହାର ଠିକା ନେଇ ନାହାନ୍ତି। ଆଇନ ମନ୍ତ୍ରୀ ଶ୍ରୀଜଗନ୍ନାଥ ମନ୍ଦିରର ସୁପରିଚାଳନାର ଉତ୍ତରଦାୟୀ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦାନ ପାଇଁ ଏକ କମିଟି ଅଛି। ଆଇନମନ୍ତ୍ରୀ ଏହାର ସଦସ୍ୟ; ମାତ୍ର ଏହାର ବୈଠକ ଦୀର୍ଘବର୍ଷ ଧରି ହେଉ ନାହିଁ। ରାଜ୍ୟ ସରକାର ନିଜର ଅପାରଗତାକୁ ଲୁଚାଇବା ପାଇଁ ଏହି ପ୍ରସଙ୍ଗ ଉଠାଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories