www.samajalive.in
Sunday, December 7, 2025
18.1 C
Bhubaneswar

ଅନଲାଇନରେ ଗୃହଟିକସ ଆଦାୟ ଶୁଭାରମ୍ଭ

ବାଲିଗୁଡା/ଫୁଲବାଣୀ: କନ୍ଧମାଳ ଜିଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗୃହ ଟିକସ ଅନଲାଇନ୍‍ ମାଧ୍ୟମରେ ପ୍ରଦାନର ଶୁଭାରମ୍ଭ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢୀ ଓ ବାଲିଗୁଡା ଏକ୍ସିସ ବ୍ୟାଙ୍କର ଶାଖା ପରିଚାଳକ ଦୀପକ ଦାସ ଓ ଜିଲ୍ଲା ସଂଯୋଜିକା ଲୀନା ଦାସ ଉପସ୍ଥିତ ରହି ଏହି ଏମପିଓଏସ ମେସିନର ଶୁଭାରମ୍ଭ କରିଛନ୍ତି। ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ସମସ୍ତ ଗୃହ, ଦୋକନ, ବିଭିନ୍ନ କାର୍ଯ୍ୟାଳୟ, ଭଡାଟିଆ ଗୃହ ଆଦି ସମସ୍ତ ହିତାଧିକାରୀ ଅନଲାଇନ ମାଧ୍ୟମରେ ଗୃହ ଟିକସ ପ୍ରଦାନ କରିବେ। ଏହି ଏମପିଓଏସ ମେସିନରେ ଘରର ନମ୍ବର ଦବେଇଲେ ଉକ୍ତ ଘରର କେତେ ଦେୟ ଦେବାକୁ ଅଛି ତାହା ଜଣାପଡିଯିବ ଓ ଗୃହ ମାଲିକ ଏହି ମେସିନ ଦ୍ୱାରା ଏଟିଏମ୍‍ କାର୍ଡ ମାଧ୍ୟମରେ ଗୃହର ଟିକସ ଦେଇପାରିବେ। ଟିକସ ଦେବାମାତ୍ରେ ହିଁ ଉକ୍ତ ମେସିନରୁ ଦେଇଥିବା ଟିକସର ରସିଦ ମିଳିଯିବ। ଆଜି ଏହି ଶୁଭାରମ୍ଭରେ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢୀ ନିଜ ବାସଗୃହର ଟିକସ ପ୍ରଥମେ ଦେଇ ଏହାର ଶୁଭାରମ୍ଭ କରିଥିଲେ। କୋଭିଡ ପାଇଁ ଚଳିତ ବର୍ଷର ସେପ୍ଟେମ୍ବର ଓ ଅକ୍ଟୋବର ମାସର ଟିକସ ଉପରେ ଶତକଡା ଦଶଭାଗ ଛାଡ କରାଯାଇଛି। ବାଲିଗୁଡାରେ ଏହିଭଳି ଗୃହ ଟିକସ ପ୍ରଥମ ଥର ପାଇଁ ଅନଲାଇନରେ ଆଦାୟ କରାଯାଉଛି ଓ ଘରର ଭେଲୁଏସନ ଦେଖି ବାର୍ଷିକ ଟିକସ ଆଦାୟ କରାଯାଉଛି ବୋଲି ଏନଏସି କଲାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଟ୍ୟାକ୍ସ କଲେକ୍ଟର ଭାବେ ନିରଞ୍ଜନ ସାହୁ ଏହି କାର୍ଯ୍ୟପାଇଁ ନିୟୋଜିତ ଅଛନ୍ତି। ଆହିର ଏହି କାର୍ଯ୍ୟକ୍ରମକୁ ଏନଏସିର ମୁକେଶ ରଞ୍ଜନ ନାୟକ ଓ ଅନ୍ୟମାନେ ପରିଚାଳନା କରିଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories