www.samajalive.in
Sunday, December 7, 2025
23.1 C
Bhubaneswar

ସିଆରସିସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଶିକ୍ଷକ ଶିକ୍ଷୟତ୍ରୀ

ବୌଦ୍ଧ: ବୌଦ୍ଧ ବ୍ଲକ୍‍ ଶଗଡା କ୍ଲଷ୍ଟର ସିଆରସିସି ପ୍ରମୋଦ କରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ଶଗଡା କ୍ଲଷ୍ଟରର ଶିକ୍ଷକ ଶିକ୍ଷୟତ୍ରୀମାନେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଠାରେ ଅଭିଯୋଗ କରିଛନ୍ତି। ଏନେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ଡାକ ଜରିଆରେ ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଶଗଡା କ୍ଲଷ୍ଟର ସିଆରସିସି ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ହଇରାଣ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ଗତ ୨୦ ଜୁଲାଇରେ ଗୋଷ୍ଠୀ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ ପାଇଁ ବୈାଦ୍ଧ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା ୧୪୬୭ ତାରିଖ ୩.୯.୨୦ ଅନୁଯାଇ ବିଇଓ ୫.୯.୨୦ ତାରିଖରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ମୈାଖିକ ଓ ଲିଖିତ ବୟାନ ଗ୍ରହଣ କରିଥିଲେ।

ପୁନର୍ବାର ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା ୧୨୦୪ ତାରିଖ ୨୩.୯.୨୦ ଅନୁସାରେ ବିଇଓ ବୈାଦ୍ଧଙ୍କ ତଦନ୍ତକୁ କୈାଣସି ପ୍ରକାର ଗୁରୁତ୍ୱ ନ ଦେଇ ୨୫.୯.୨୦ରେ ଡିପିସି ତଦନ୍ତ କରିଛନ୍ତି। ଉକ୍ତ ତଦନ୍ତରେ ସିଆରସିସିଙ୍କ ବିଭିନ୍ନ ବୟାନ ଗୁଡିକ ଦିଆଯାଇଛି। ଆଦିବାସୀ ସମ୍ପ୍ରଦାୟର ଶିକ୍ଷକମାନଙ୍କୁ ଜାତିଆଣ ଆକ୍ଷେପ କରୁଛନ୍ତି। ଶିକ୍ଷୟତ୍ରୀମାନଙ୍କୁ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ସମସ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ବିଦ୍ୟାଳୟକୁ ଆସୁଥିବା ବିଭିନ୍ନ ଅନୁଦାନରୁ ୨୦ରୁ ୩୦ ପ୍ରତିଶତ ଅର୍ଥ ଦାବି କରୁଛନ୍ତି , ସେହିଭଳି ଏମଡିଏମରୁ ମାସିକ ଏକ ହଜାର ଟଙ୍କାରୁ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରି ଆଦାୟ କରୁଥିବା ଅଭିଯୋଗ କରିଛନ୍ତି, ସିଏଲ ଛୁଟି ପାଇଁ ପାଞ୍ଚଶହ ଟଙ୍କା ମାଗୁଛନ୍ତି। ଯେଉଁ ଶିକ୍ଷକମାନେ ଟଙ୍କା ଦେବାକୁ ମନା କରୁଛନ୍ତି ସେମାନଙ୍କ ଦରମା ବନ୍ଦର ଧମକ ଦେଉଥିବା ନେଇ ଶିକ୍ଷକ ଶିକ୍ଷୟତ୍ରୀମାନେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କୁ ଜଣାଇଥିବା ଜଣାପଡିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories