www.samajalive.in
Sunday, December 7, 2025
13.1 C
Bhubaneswar

ଅନଲାଇନ ଶିକ୍ଷାର କରୁଣ ଚିତ୍ର : ଦୁର୍ଗମ ପଂଚାୟତରେ ଅପହଂଚ ନେଟୱାର୍କ, ଜଙ୍ଗଲରେ ଜୀବନକୁ ବାଜି ଲଗାଇ ଚାଲିଛି ପାଠପଢା

ହରଭଙ୍ଗା : ମହାମାରୀ କୋରୋନା ଯୋଗୁଁ ବହୁମାତ୍ରାରେ ପ୍ରଭାବିତ ହୋଇଛି ପାଠପଢା । ଦୀର୍ଘ ୭ମାସ ହେଲା ସ୍କୁଲ,କଲେଜ ଭଳି ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ଯୋଗୁଁ ପାଠପଢାରେ ଡୋରି ଲାଗିବା ଫଳରେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଏକପ୍ରକାର ଅନ୍ଧାର ମଧ୍ୟକୁ ଠେଲି ହୋଇ ଯାଇଛି। ଏଭଳି ଏକ କଠିନ ପରିସ୍ଥିତିରେ ସରକାର ଅନଲାଇନ ଶିକ୍ଷାଦାନ ଉପରେ ଆଶା ଭରସା ଦେଖାଇଛନ୍ତି। ମାତ୍ର ରାଜ୍ୟରେ ଅନେକ ଗ୍ରାମାଚଂଳରେ ମୋବାଇଲ ନେଟୱାର୍କ ଭିତିଭୂମି ଅଭାବରୁ ସରକାରଙ୍କ ଅନଲାଇନ ପାଠପଢା ଉପରେ ବଡଧରଣର ବ୍ୟତିକ୍ରମ ସୃଷ୍ଟିହୋଇଛି। ଗ୍ରାମଚଂଳରେ  ମୋବାଇଲ ନେଟଓାର୍କର  ନାହିଁ ନଥିବା ଅସୁବିଧା କାରଣରୁ କେଉଁଠି ପାହାଡ ଉପରେ ତ ଆଉ କେଉଁଠି ଗଛ ଉପରେ ବସି  ଅନଲାଇନ ପାଠପଢୁଥିବା ଭଳି  କରୁଣ ଚିତ୍ର ଘଟଣାର ବାସ୍ତବତାକୁ ପଦାରେ ପକାଇଛି। ଏଭଳି ପରିସ୍ଥିତିରେ ମୋବାଇଲ ନେଟୱାର୍କ ଅସୁବିଧାରୁ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ହରିଜନ/ ଆଦିବାସୀ ବହୁଳ ତଳଗାଁ ପଂଚାୟତର ଆଦିବାସୀ ବହୁଳ ଲଣ୍ଡ୍ରେଜୁ ଗ୍ରାମର ପିଲାଏ ଘର ଠାରୁ  ୧କି.ମି ଦୂରରେ ରହିଥିବା ଜଙ୍ଗଲ ପହାଡ ମଧ୍ୟରେ ଥିବା ଜଙ୍ଗଲୀ ଜନ୍ତୁଙ୍କ ଭୟ ସତ୍ତ୍ବେ ଜଙ୍ଗଲର ପଥର ଚଟାଣ ଉପରେ  ବସି ଜୀବନକୁ ବାଜି ଲଗାଇ ପାଠପଢିବା ଭଳି ଆଉ ଏକ ଅଭାବନୀୟ ଚିତ୍ର ନଜରକୁ ଆସିଛି।

ପ୍ରକାଶ ଯେ, ଜଙ୍ଗଲ ପାହାଡଘେରା ତଳଗାଁ ପଂଚାୟତ ସଦର ମହକୁମାରେ ଏକ ବି.ଏସ.ଏନ.ଏଲ  ଟାୱାର ରହିଛି। ମାତ୍ର ସବୁବେଳେ ବି.ଏସ.ଏନ.ଏଲ ମୋବାଇଲ ନେଟୱାର୍କରେ ସମସ୍ୟା ଦେଖାଦେଉଛି। ବିଦ୍ୟୁତ୍ କଟି ଗଲେ କେତେବେଳେ ନେଟୱାର୍କ ପଳାଉଛି ତ ଆଉ କେତେବେଳେ ୨ଜି ନେଟୱାର୍କ ଯୋଗୁଁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହି ପଂଚାୟତ ଅଧିନସ୍ଥ  ଆଦିବାସୀ ବହୁଳ ଲଣ୍ଡ୍ରେଜୁ ଗାଁର ୬୦ଟି ପରିବାର ବସବାସ କରନ୍ତି। ଗାଁ ରେ ମୋବାଇଲ ନେଟୱାର୍କ  ଅସୁବିଧା ଯୋଗୁଁ ଗାଁର  ଛାତ୍ରଛାତ୍ରୀମାନେ  ଅନ୍ୟ ନେଟୱାର୍କ ପାଇଁ ନିକଟସ୍ଥ ପାହାଡ ଉପରକୁ ଯାଇ ପଥର ଚଟାଣ ଉପରେ ବସି  ସବୁଦିନେ ଅନଲାଇନ ପାଠପଢୁଥିବା ଦେଖିବାକୁ ମିଳୁଛି। ଜଙ୍ଗଲରେ ହିଂସ୍ରଜନ୍ତୁଙ୍କ ଭୟ ସତ୍ତ୍ବେ ପିଲାଏ ଜୀବନକୁ ବାଜି ଲଗାଇ ଅସୁରକ୍ଷିତ ଭାବେ ପାଠପଢୁ ଥିବା ଭଳି ଏକ ଅଭାବନୀୟ ଚିତ୍ର ପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଦାବି ଉଠୁଛି। ତୁରନ୍ତ ଗାଁରେ ନିରବିଚ୍ଛିନ୍ନ ଭାବେ ବି.ଏସ.ଏନ.ଏଲ ସେବା ଯୋଗାଇ ଦେବାକୁ ଅଭିଭାବକ ମହଲରୁ ଦାବି ଉଠୁଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories