ସଭିଁଙ୍କ ମନରେ ଚିରଦିନ ସ୍ମରଣୀୟ : ବାପୁଜୀ

ଜାତିର ପିତା ସେ ମହାନ ଆତ୍ମା ସେ। ଯେହି ଦିନ ହିଁ ମହାନ ଯେଉଁଦିନ ଜଣେ ମହାନ, ଉଦାର ବ୍ୟକ୍ତି ଏହି ଧରା ପୃଷ୍ଠରେ ଜନ୍ମଗ୍ରହଣ କରିଥାଆନ୍ତି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ। ମହାନ ଆତ୍ମା ବାପୁଜୀଙ୍କ ଜନ୍ମଦିନ।
ମହାତ୍ମା ଏହି ଶଦ୍ଦ ହିଁ ନିଜର ଅର୍ଥକୁ ପ୍ରତିପାଦିତ କରୁଛି । ଯେଉଁ ବ୍ୟକ୍ତିଙ୍କ ପାଖରେ ଏହା ବ୍ୟବହାର ହୋଇଛି ସେ ପ୍ରକୃତରେ ଏହି ଆଖ୍ୟା ପାଇବା ପାଇଁ ସବୁଠାରୁ ଯୋଗ୍ୟ । ସାରା ଦେଶ ତାଙ୍କୁ ଜାତିର ପିତା ତଥା ବାପୁଜୀ ଭାବେ ସମ୍ବୋଧନ କରେ। ସେ ହେଉଛନ୍ତି ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ବା ମହାତ୍ମା ଗାନ୍ଧୀ। ଏହି ମହା ମାନବ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ।
ନିଜର ମହାନ କର୍ମ ଯୋଗୁଁ ସେ ଆଜି ସଭିଁଙ୍କ ମନରେ ଚିର ଦିନ ବଞ୍ଚି ରହିଛନ୍ତି। ସଭିଁଙ୍କୁ ଭଲ ଭାବେ ଜଣା ଯେ ବହୁ ପୂର୍ବରୁ ଆମ ଦେଶ ଇଂରେଜମାନଙ୍କ ଅଧିନରେ ଥିଲା। ନିଜ ଦେଶକୁ ସେମାନଙ୍କ କବଳରୁ ସ୍ୱାଧୀନ କରିବା ନିମନ୍ତେ ବହୁ ମହାନ ବ୍ୟକ୍ତିମାନ ପ୍ରାଣପ୍ରଣେ ଚେଷ୍ଟା କରିଥିଲେ। ସେମାନଙ୍କୁ ମଧ୍ୟରୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମହାତ୍ମା ଗାନ୍ଧୀ। ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ସେ ଆମ ପାଇଁ ଆଣି ଦେଇଥିଲେ ସ୍ୱାଧୀନତାର ମଧୁରତା। ଦେଶକୁ ଇଂରେଜ କବଳରୁ ମୁକ୍ତ କରି ଆଣିଥିଲେ ସ୍ୱାଧୀନତା। ଯାହା ତାଙ୍କୁ ସର୍ବଦା ଅମର କରି ରଖିଛି। ତାଙ୍କୁ ଶ୍ରଦ୍ଧା ପୂର୍ବକ ସ୍ମରଣ ଏବଂ ସମ୍ମାନ ଜ୍ଞାପନ କରିବା ନିମନ୍ତେ ପ୍ରତିବର୍ଷ ତାଙ୍କ ଜନ୍ମ ଦିବସ ଅକ୍ଟୋବର ୨ ତାରିଖକୁ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରିଥାଉ ।
ଆସନ୍ତୁ ଜାଣିବା, ଜାତିର ପିତା ମହାତ୍ମା ଗାନ୍ଧୀ ‘ବାପୁଜୀ’ଙ୍କ ବିଷୟରେ
ଗୁଜୁରାଟର ପୋରବନ୍ଦରେ ୧୮୬୯ ମସିହା ଅକ୍ଟୋବର ୨ତାରିଖରେ ଏହି ମହାନ ଆତ୍ମାଙ୍କ ଜନ୍ମ ହୋଇଥିଲା। ଯାହାଙ୍କ ଜନ୍ମଦିବସକୁ ଖାଲି ଭାରତ ନୁହେଁ ସାରା ବିଶ୍ୱରେ ରାଷ୍ଟ୍ରୀୟ ଦିବସ ରୂପେ ପାଳନ କରାଯାଏ। ପିତା କରମଚାନ୍ଦ ଗାନ୍ଧୀ ଓ ମାତା ପୁତୁଲୀ ବାଈ ଗାନ୍ଧୀଙ୍କ ନାମ ମୋହନ ଦାସ କରମଚାନ୍ଦ ଗାନ୍ଧୀ ବୋଲି ରଖିଥିଲେ। ପିଲାଟି ବେଳରୁ ସେ ଖୁବ ସାଧାସିଧା ଓ ତାଙ୍କ ଜୀବନରେ ସତ୍ୟ, ଅହଂସା,ନିଷ୍ଠାର,ସଚ୍ଚୋଟ ଓ ଶୃଙ୍ଖଳାର ମୂଲ୍ୟ ସବୁଠାରୁ ଅଧିକ ଥିଲା। ଏହାକୁ ସେ ନିଜ ଜୀବନର ବ୍ରତ ଭାବେ ଧାରଣ କରିଥିବା ସହ ସାରା ବିଶ୍ୱକୁ ଏହାର ମହତ୍ତ୍ୱ ବୁଝାଇ ଦେଇଥିଲେ। ଧୀରେ ଧୀରେ ବଡ଼ ହେବା ପରେ ସେ ‘ଆଇନ’ ପଢିବା ନିମନ୍ତେ ଇଂଲଣ୍ଡ ଯାଇଥିଲେ।ଏହା ପରେ ସେ ଭାରତକୁ ଏକ ଓକିଲ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଏକ ମକଦ୍ଦମା ଯୋଗୁ ଦକ୍ଷିଣ ଆଫ୍ରିପା ଯାଇଥିଲେ। ସେଠାରେ ସେ କଳାଗୋରାର ଭେଦଭାବ ଦେଖି ଏଭଳି କୁନୀତିକୁ ଦୂର କରିବା ଥିଲା ତାଙ୍କର ଲକ୍ଷ୍ୟ।
ସେ ଇଂରେଜମାନଙ୍କ ବିରୁଦ୍ଧରେ ଲଢିବା ପାଇୁଁ ଏକ ରାସ୍ତା ଚୟନ କରିଥିଲେ ଯାହା ଥିଲା ସତ୍ୟ ଓ ଅହିଂସାର ପଥ, ‘ସତ୍ୟାଗ୍ରହ’। ଅହିଂସା ମାଧ୍ୟମରେ ବିରୋଧ କରିବା। ବହୁ ଲୋକ ତାଙ୍କର ଏହି ନୀତିରେ ଅନୁପ୍ରାଣିତ ହୋଇ ତାଙ୍କୁ ଅନୁକରଣ କରିଥିଲେ।

Comments are closed.