www.samajalive.in
Tuesday, December 9, 2025
23.1 C
Bhubaneswar

ଅଣ୍ଡା ଖାଇବା ସମୟରେ ଆପଣାନ୍ତୁ ଏହି ଟିପ୍ସ

ଏପରି ଏକ ଖାଦ୍ୟ ରହିଛି, ଯେଉଁଥିରେ ଆମେ ବିଭିନ୍ନ ପ୍ରକାରର ଭିଟାମିନ, ପୋଷକ ତତ୍ତ୍ୱ ପାଇଥାଉ। ସେଭଳି ଏକ ଖାଦ୍ୟ ହେଉଛି ଅଣ୍ଡା। ଉତ୍ତମସ୍ୱାସ୍ଥ୍ୟ ସଭିଁଙ୍କୁ ବେଶ ପସନ୍ଦ। ମାତ୍ର ଉତ୍ତମସ୍ୱାସ୍ଥ୍ୟ ପାଇଁ କେତେକ ଟିପ୍ସ ଆବଶ୍ୟକ। ସୁସ୍ଥ ଶରୀର ପାଇଁ ପୁଷ୍ଟିକର ଖାଦ୍ୟ ନିତ୍ୟାନ୍ତ ଜରୁରୀ। ଅଣ୍ଡା ଖାଇବା ସମୟରେ ଆପଣାନ୍ତୁ ଏହି ଟିପ୍ସ …….
ସିଝା ଅଣ୍ଡା ଖାଇବା ପରେ ଅଳ୍ପ କମଳା ଖାଇବା ମଧ୍ୟ ଖୁବ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ।
ଅଣ୍ଡା ସହ ବିନସ୍‍ ଖାଇଲେ ମଧ୍ୟ ଏହା ସ୍ୱାସ୍ଥ୍ୟକୁ ଉପଯୁକ୍ତ ପୋଷକ ପ୍ରଦାନ କରିବା ସହ ଓଜନକୁ ନିୟନ୍ତ୍ରିତ କରି ରଖେ।
ସିଝା ଅଣ୍ଡା ସହ ସିଝା ସବୁଜ ପନିପରିବା, ଅଙ୍ଗୁର ରସ , ଓଟସ୍‍ ମଧ୍ୟ ଖାଇପାରିବେ। ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଓଜନ ବୃଦ୍ଧି ହେବାକୁ ରୋକି ଥାଏ।
ପୁଷ୍ଟିକର ଖାଦ୍ୟ ପାଇଁ ଆମକୁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ପଡ଼ିଥାଏ। ମାତ୍ର ସେଭଳି ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତି ଅଣ୍ଡା ଖାଇବା ଦ୍ୱାରା ଖୁବ ଉପକାର ମିଳେ। ଅଣ୍ଡା ମେଟାବୋଲିଜିମ, ଫ୍ୟାଟକୁ କମ କରିବା ସହ ଫାଷ୍ଟ ଫୁଡ଼ ଜାତୀୟ ଖାଦ୍ୟ ଖାଇବାର ଇଚ୍ଛାକୁ କମ କରିଥାଏ। ଯାହା ଦ୍ୱାରା ବହୁ ପରିମାଣରେ ଓଜନ ନିୟନ୍ତ୍ରିତ ହୋଇରହିଥାଏ। ସିଝା ଅଣ୍ଡା ଖାଇବା ଦ୍ୱାରା ଓଜନ କମ ହୋଇଥାଏ। ମାତ୍ର କେବଳ ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା ଏହାର ସଠିକ ଫଳ ମିଳିଥାଏ। ଅଣ୍ଡାର ହଳଦିଆ ଅଂଶକୁ ନିୟମିତ ଖାଆନ୍ତୁ ନାହିଁ।
ଅଣ୍ଡାରେ ପ୍ରସ୍ତୁତ ଆମଲେଟ ମଧ୍ୟ ଖାଆନ୍ତୁ ନାହିଁ। ଏହାକୁ ଖାଇଲେ ମଧ୍ୟ ଶରୀରରେ ଫ୍ୟାଟ ବୃଦ୍ଧି ପାଇଥାଏ।
ଯେଉଁ ସମୟରେ ଅଣ୍ଡାର ଆମଲେଟ ଖାଉଛନ୍ତି, ଅଳ୍ପ ପରିମାଣରେ ଛତୁ ଓ ପାଳଙ୍ଗ ଶାଗ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories