www.samajalive.in
Monday, December 15, 2025
14.1 C
Bhubaneswar

ଯୌତୁକ ନ ଦେଇ ଶଳା ବିଧା ଖାଇଲେ ଯୁବକ

ଭୋପାଳ: ମଧ୍ୟପ୍ରଦେଶ ପିପାଲିୟା ଗ୍ରାମରେ ଜଣେ ଯୁବକ ମହିଳା ବେଶ ଧରି ବୁଲିବା ମହଙ୍ଗା ପଡିଛି। ପିଲା ଚୋର ସନ୍ଦେହରେ ଗାଁଲୋକ ଉକ୍ତ ଯୁବତୀ ରୂପୀ ଯୁବକଙ୍କୁ କାବୁ କରି ନିର୍ଧୁମ ଛେଚିଛନ୍ତି। କିନ୍ତୁ ପୁରା ଘଟଣା ବିଷୟରେ ଜଣାପଡିବା ପ​‌ରେ ସ୍ଥାନୀୟଲୋକେ ଆପୋଷ ସମାଧାନ କରି ଯୁବକଙ୍କୁ ଛାଡି ଦେଇଥିଲେ ।

ଯୁବକଜଣକ କିଛି ଦିନ ପୂର୍ବେ ପିଲାଲିୟା ଗ୍ରାମର ଜନୈକା ଯୁବତୀଙ୍କୁ ପ୍ରେମ କରି ବିବାହ କରିଥିଲେ। ଗ୍ରାମର ପ୍ରଥା ଅନୁଯାୟୀ ପ୍ରେମ ବିବାହ କରୁଥିବା ବ୍ୟକ୍ତିଙ୍କୁ କନ୍ୟା ପକ୍ଷଙ୍କୁ ଯୌତୁକ ଦେବାକୁ ପଡ଼େ। ଏହି ଯୌତୁକ ପ୍ରଥାରୁ ବଞ୍ଚିବା ପାଇଁ ଯୁବକ ଜଣକ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ ମଧ୍ୟ କନ୍ୟାପକ୍ଷଙ୍କ ନଜର ଆଢୁଆଳରୁ ଲୁଚି ରହିବା ଉଚିତ ମଣିଥିଲେ। ପ୍ରେମିକାକୁ ନେଇ ଉଭାନ ହେବା ପରେ ଉକ୍ତ ଯୁବକଙ୍କୁ ଗ୍ରାମବାସୀ ବେଶ୍ କିଛି ଦିନ ଖୋଜାଖୋଜି କରି ବିଫଳ ହୋଇଥିଲେ।

- Advertisement -

ତେବେ ଯୁବକଙ୍କ ଗ୍ରାମରୁ ବାହାରକୁ ଯିବାକୁ ହେଲେ କନ୍ୟାଘର ଗ୍ରାମ ଅତିକ୍ରମ ପଡ଼ିଥାଏ। ତେଣୁ ଯୁବତୀ ବେଶ ଧାରଣ କରି ଯୁବକ ଜଣକ ଉକ୍ତ ଗ୍ରାମରେ ଯାତାୟତ କରୁଥିଲେ। ଘଟଣା ଦିନ ଯୁବତୀ ରୂପୀ ଯୁବକଙ୍କୁ କନ୍ୟା ଘରର ଗ୍ରାମରେ ହଠାତ୍ ଶୈଚ ଲାଗିଥିଲା। ଯୁବତୀ ରୂପୀ ଯୁବକଙ୍କୁ ପୁରୁଷଙ୍କ ପରି ଶୌଚ କରିବା ଦେଖି ଗ୍ରାମବାସୀ ସନ୍ଦେହ ଘନୀଭୂତ ହୋଇଥିଲା। ଏହା ପରେ ପିଲା ଚୋର ସନ୍ଦେହରେ ଗ୍ରାମବାସୀ ତାଙ୍କୁ କାବୁ କରି ମାଡ ମାରଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories