www.samajalive.in
Tuesday, December 9, 2025
15.1 C
Bhubaneswar

ରାତିରେ ଗୋ ମାଂସ ଆସର: ପୁଲିସର ଚଢଉ, ମାଂସ ସହ ଜଣେ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲା ସଦର ଥାନା ଅନ୍ତର୍ଗତ କୁଶମେଲ ନିକଟରେ ବହିଯାଇଥିବା ନଦୀ କଡରେ ବସିଥିଲା ଗୋ ମାଂସ ଭୋଜି। ଚାରିଜଣ ଲୋକ ମିଶି ଏକ ଗାଈକୁ ମାଂସ ପାଇଁ କାଟୁଥିବା ଖବର ପାଇଥିଲେ ସ୍ଥାନୀୟ ଲୋକେ। ଏନେଇ ରୁଦ୍ରସେନା ସଙ୍ଗଠନ ଓ ପୁଲିସକୁ ଖବର ମିଳିଥିଲା। ପୁଲିସ ଚଢଉ କରିବା ପରେ ଘଟଣାସ୍ଥଳରୁ ଗାଈ ମାଂସ ଓ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାପଡିଛି।

ସୂଚନା ଅନୁସାରେ, ଶନିବାର ରାତିରେ ବଲାଙ୍ଗିର ସଦର ଥାନା ଅଧିନସ୍ଥ କୁଶମେଲ ନିକଟରେ ଏକ ଗାଈକୁ କାଟି ମାଂସ ଉଦ୍ଦେଶ୍ୟରେ ଭେଜି ବସାଯାଇଥିଲା। କୁଶମେଲ ଗାଁର କେଶନ ନାଗ ଆଉ ତିନି ଜଣ ଏହି ଗାଈକୁ କାଟିଥିଲେ। ଏନେଇ ସ୍ଥାନୀୟ ଲୋକେ ସୂଚନା ପାଇବା ପରେ ରୁଦ୍ରସେନା ସଙ୍ଗଠନ ସଭାପତି ସୋମନାଥ ମିଶ୍ରଙ୍କୁ ଖବର ଦେଇଥିଲେ। ଶ୍ରୀ ମିଶ୍ର ସଦର ପୁଲିସକୁ ଏନେଇ ସୂଚନା ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଗାଈ ମାଂସ ଜବତ କରିଥିଲା। ସେଠାରୁ କେଶନ ନାଗକୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ତିନି ଜଣ ଫେରାର ହୋଇଯାଇଥିବା ଥାନା ଅଧିକାରୀ ତୋଫାନ ବାଗ ସୂଚନା ଦେଇଛନ୍ତି। ତେବେ ଏହି ଅଞ୍ଚଳରେ ଏହିଭଳି ଭାବେ ଲୁଚା ଛପାରେ ଗାଈ ମାଂସ କାରବାର ଚାଲୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ସ୍ଥାନରୁ ବାହାରର ହୋଟେଲକୁ ଗାଈ ମାଂସ ଯୋଗାଣ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଏନେଇ ପୁଲିସ କୌଣସି ବିଷୟ ସ୍ପଷ୍ଟ କରି ନଥିବା ବେଳେ ଜିଲାରେ ଗାଈ ମାଂସ କାରବାର ସକ୍ରୀୟ ଥିବା ଏହି ଘଟଣା ସ୍ପଷ୍ଟ କରୁଛି। ଏଦିଗରେ ପୁଲିସ ଆବଶ୍ୟକ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରୁଦ୍ରସେନା ଦାବି କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories