www.samajalive.in
Wednesday, December 10, 2025
23.1 C
Bhubaneswar

ପୁଲିସ ଚଢ଼ଉ : ବ୍ୟାପକ ମଦ ଓ ପୋଚ ଜବତ, ଜଣେ ମହିଳା ଗିରଫ

ଠାକୁରମୁଣ୍ଡା : ସକାଳ ହେଲେ ଗ୍ରାମାଞ୍ଚଳର ମଦୁଆମାନେ ମଦରେ ମୁହଁ ଧୋଉଛନ୍ତି। ମଦ ପ୍ରସ୍ତୁତି ଓ ବିକ୍ରୀର ପେଣ୍ଠସ୍ଥଳୀ ପାଲଟିଥିଲା ଠାକୁରମୁଣ୍ଡା ବ୍ଲକର ଗହଣ୍ଡିଆ ଗାଁ କଣ୍ଟାପୋଶିରେ। ରବିବାର ଦିନ ସକାଳୁ ଠାକୁରମୁଣ୍ଡା ଥାନା ଅଧିକାରୀ ନିରୋଜ କୁମାର ସାମଲଙ୍କ ନେତୃତ୍ୱରେ ଏକ ଟିମ ଗହଣ୍ଡିଆ ଗ୍ରାମରେ ଚଢ଼ଉ କରିଥିଲା। ସେହି ଗ୍ରାମରେ ମଦ ପ୍ରସ୍ତୁତି ଚାଲିଥିଲା। ୧୫୦ ଲିଟର ଦେଶୀ ମହୁଲି ମଦ ତିଆରି ସରିଥିବା ବେଳେ ଆହୁରି ୨୫ କୁଇଣ୍ଟାଲ ପୋଚ ପ୍ରସ୍ତୁତ ହୋଇ ରହିଥିଲା। ପୁଲିସ ସଦଳବଳେ ଆସୁଥିବା ଦେଖି ପ୍ରସ୍ତୁତକାରୀ ଛତ୍ରଭଙ୍ଗ ଦେଇଥିଲେ। କେବଳ ଧରା ପଡିଥିଲା ବୟସ୍କା ସାଲଗେ ବେଶ୍ରା। ଘଟଣାସ୍ଥଳରୁ ପୁଲିସ ବିପୁଳ ପରିମାଣର ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରିଥିଲା।

ଧାନ ବିଲରେ ତିଆରି ଚାଲିଥିଲା ମହୁଲି ମଦ। ଲକଡାଉନ ଉଠିବା ପରେ ଖୋଲିଯାଇଥିଲା ମଦର ଆସର।  ୨୭ ତାରିଖରେ ଠାକୁରମୁଣ୍ଡା ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା କରାଯାଇଛି। ଠାକୁରମୁଣ୍ଡା ଥାନା କେଶ ନଂ ୮୯/୨୦ରେ ମାମଲା ରୁଜ୍ଜୁ କରି ତଦନ୍ତ କରିବା ସହିତ ମହିଳା ସାଲଗେ କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories