www.samajalive.in
Saturday, December 13, 2025
23.1 C
Bhubaneswar

୨୮ରୁ ରେଡିଓରେ ପାଠପଢ଼ିବେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ

ଭୁବନେଶ୍ବର : ରାଜ୍ୟରେ କରୋନା କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ପ୍ରଥମରୁଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ରେଡିଓରେ ପାଠ ପଢାଯିବ। ବିଦ୍ୟାର୍ଥୀଙ୍କ ହିତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ୨୮ରୁ ରେଡିଓ ଜରିଆରେ ପାଠପଢା ହେବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ), ଜିଲା ପ୍ରକଳ୍ପ ସଂଯୋଜକ, ବ୍ଲକ ଶିକ୍ଷା ଅଧିକାରୀ(ବିିଇଓ)ଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ରେଡ଼ିଓରେ ପାଠ ପଢାଇବା ପାଇଁ ‘ରେଡ଼ିଓ ପାଠଶାଳା’ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ନୂଆ ସିଲାବସ୍‌ ଅନୁସାରେ ସେପ୍ଟେମ୍ବର ୨୮ରୁ ରେଡ଼ିଓ ପାଠଶାଳାର ପ୍ରସାରଣ କାର୍ଯ୍ୟସୂଚୀ ପ୍ରଦାନ କରାଯାଇଛି।
ସୋମବାରରୁ ଶୁକ୍ରବାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ରେଡ଼ିଓ ପାଠଶାଳା କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଟାରୁ ୧୦.୧୫ ପର୍ଯ୍ୟନ୍ତ ପ୍ରସାରଣ ହେବ। ପ୍ରତ୍ୟେକ ଦିନ ୧୫ ମିନିଟ୍‌ ରେଡିଓରେ ପ୍ରସାରଣ ହେବ। ସୋମବାର ପ୍ରଥମ ଓ ପଞ୍ଚମ ଶ୍ରେଣୀ, ମଙ୍ଗଳବାରରେ ଦ୍ୱିତୀୟ ଓ ଷଷ୍ଠ ଶ୍ରେଣୀ, ବୁଧବାରରେ ତୃତୀୟ ଓ ସପ୍ତମ ଶ୍ରେଣୀ, ଗୁରୁବାର ଚତୁର୍ଥ ଓ ଅଷ୍ଟମ ଶ୍ରେଣୀ, ଶୁକ୍ରବାରରେ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ ପ୍ରସାରଣ କରାଯିବ। ଏହା ଆକାଶବାଣୀର ସବୁକେନ୍ଦ୍ରରୁ ଏକ ସମୟରେ ପ୍ରସାରିତ ହେବ । ଆକାଶବାଣୀର ୧୧ଟି l କେନ୍ଦ୍ର ସହ ନିୟୁଜ ଅନ୍‌ ଏୟାର ଆପ୍‌ ଜରିଆରେ ବିଦ୍ୟାର୍ଥୀ ଶୁଣିପାରିବେ।
ରେଡିଓରେ ପ୍ରସାରିତ ପାଠ୍ୟ ବିଷୟଗୁଡ଼ିକ ଦୀକ୍ଷା ଆପ୍‌ରେ ମଧ୍ୟ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପାଠ୍ୟ ବିଷୟ ସମ୍ବନ୍ଧରେ ଯୁଗ୍ମ ନିର୍ଦେଶକ, ଏମ୍‌ଆଇଏସ୍‌, ଶିକ୍ଷା ସୌଧ ଭୁବନେଶ୍ୱରଙ୍କୁ jdict.osepa@ gmail.com ମେଲ୍‌ ଜରିଆରେ ମତାମତ ଦେଇପାରିବେ। ଏହି କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ପ୍ରତିଷ୍ଠାନ କଟକଠାରେ ପାଠ୍ୟ ବିଷୟ ପ୍ରସ୍ତୁତ କରାଯାଉଛି।
ବର୍ତ୍ତମାନ ଦୂରଦର୍ଶନ ମାଧ୍ୟମରେ ଦୈନିକ ୩ ଘଣ୍ଟା ଦଶମ ଓ ଯୁକ୍ତ ଦୁଇ ବିଦ୍ୟାର୍ଥୀଙ୍କୁ ପାଠ ପଢାଯାଇଛି। ଆଗାମୀ ଦିନରେ ପ୍ରଥମରୁ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ମଧ୍ୟ ଦୂରଦର୍ଶନରେ ପଢାଯିବ। ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ କଣ୍ଟେଣ୍ଟ ପ୍ରସ୍ତୁତ ଶେଷ ହୋଇଛି। ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ମଧ୍ୟ ଦୂରଦର୍ଶନରେ ପଢାଯିବ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories