ସୁରକ୍ଷାକର୍ମୀ ​ଗୁଳିରେ ଜଣେ ଆତଙ୍କବାଦୀ ନିହତ

0

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରରେ କୁମ୍ବିଂ ଅପରେସନ ଚଳାଇଥିବା ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଶ୍ରୀନଗର କୁପ୍ଓ୍ଵାରା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ପାଖ ସଫାଓ୍ଵାଲି ଗଲ୍ ନିକଟରେ ଉଭୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଦୁଇ ଜଣ ସୁରକ୍ଷାକର୍ମା ଆହତ ହୋଇଛନ୍ତି । ନିହତ ଆତଙ୍କବାଦୀ ଠାରୁ ଗୋଟିଏ ଏକେ-୪୭ ରାଇଫଲ୍ ଜବତ ହୋଇଛି। ଖବର ଲେଖା ବେଳକୁ ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ରହିଛି।

Leave A Reply