www.samajalive.in
Saturday, December 13, 2025
23.1 C
Bhubaneswar

 ଶେଖ୍‍ ମତଲୁବ ଅଲ୍ଲୀଙ୍କ ବିୟୋଗରେ ପିସିସି ପକ୍ଷରୁ ଶୋକସଭା

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ୍‍ ମତଲୁବ ଅଲ୍ଲୀଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇ ଗୁରୁବାର ଏକ ଶୋକସଭା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାଂସଦ ଦିଗ୍‍ବିଜୟ ସିଂହ ଉପସ୍ଥିତ ଥିଲେ। ସର୍ବପ୍ରଥମେ ଶ୍ରୀ ପଟ୍ଟନାୟକଙ୍କ ସମେତ ସମସ୍ତ ନେତୃବୃନ୍ଦ ସ୍ୱର୍ଗତ ମତଲୁବ ଅଲ୍ଲୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ସ୍ୱର୍ଗତ ଆତ୍ମାର ସଦ୍‍ଗତି ନିମନ୍ତେ ଉପସ୍ଥିତ ନେତୃବୃନ୍ଦ ଦୁଇ ମିନିଟ୍‍ ନୀରବ ପ୍ରାର୍ଥନା କରିଥିଲେ। ନିଜ ବକ୍ତବ୍ୟରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ ସ୍ୱର୍ଗତ ମତଲୁବ ବାବୁ କଂଗ୍ରେସର ଜଣେ ଦୃଢ଼ ସଂଗଠକ ଓ ଅତ୍ୟନ୍ତ ଭଦ୍ର ସ୍ୱଭାବର ବ୍ୟକ୍ତିଥିଲେ। ସେ ମନ୍ତ୍ରୀ ଭାବରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ରହି ନିଜ କର୍ତ୍ତବ୍ୟକୁ ସୁଚାରରୂପେ ନିର୍ବାହ କରିଥିଲେ। ସାହିତ୍ୟ କ୍ଷେତ୍ରରେ ତାଙ୍କର ଯେତିକି ପାରଦର୍ଶିତା ଥିଲା ସୁବକ୍ତା ଭାବରେ ମଧ୍ୟ ତାଙ୍କର ସେତିକି ଖ୍ୟାତି ଥିଲା। ତାଙ୍କ ବିୟୋଗ କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ପିସିସି ପକ୍ଷରୁ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା।

ଏହି ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ନରସିଂହ ମିଶ୍ର, ପ୍ରଦୀପ ମାଝୀ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ପଞ୍ଚାନନ କାନୁନ୍‍ଗୋ, ଅନନ୍ତ ପ୍ରସାଦ ସେଠୀ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ଶରତ ରାଉତ, ଦେବାଶିଷ ପଟ୍ଟନାୟକ, ଯୁଧିଷ୍ଠୀର ଜେନା, ଲଲାଟେନ୍ଦୁ ମହାପାତ୍ର, ବିପିନ୍‍ ଦାସ, ବିଜୟଲକ୍ଷ୍ମୀ ସାହୁ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ପଦ୍ମାକର ଗୁରୁ, ଅମୀୟ ପଟ୍ଟନାୟକ, ପ୍ରଶାନ୍ତ ଶତପଥି, ଦେବାଶିଷ ଭୂୟାଁ, ଅଭିଷେକ ମହାନନ୍ଦ, ଦୀପକ ମହାପାତ୍ର, ଅମୀୟ ପାଣ୍ଡବ, ପ୍ରକାଶ ଜେନା, ରଜନୀ ମହାନ୍ତି, ହଳଧର ସେଠୀ, ସୁଶାନ୍ତ ତ୍ରିପାଠୀ, ସତ୍ୟବ୍ରତ ନାୟକ, ପ୍ରକାଶ ମିଶ୍ର, ରାଜୀବ ପଟ୍ଟନାୟକ, ନରେଶ ମହାନ୍ତି, ଲିଙ୍ଗରାଜ ସାହୁ, ସଂକୁନା କହଁର, ରାଜକିଶୋର ବାରିକ, ନିରଞ୍ଜନ ନାୟକ, ନଳିନୀକାନ୍ତ ନାୟକ, ବିରଞ୍ଚି ବାରିକ, ଶ୍ରେୟାସ୍ମିତା ପଣ୍ଡା, ବିନୋଦ ରାଉତ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

- Advertisement -

 

 

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories