www.samajalive.in
Wednesday, December 10, 2025
18.1 C
Bhubaneswar

ସେପ୍ଟେମ୍ବର ୨୯ରେ ହେବ ରିୟାଙ୍କ ଜାମିନ ଆବେଦନ ଶୁଣାଣି

ବମ୍ବେ ହାଇକୋର୍ଟ ସେପ୍ଟେମ୍ବର ୨୯ରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଦାଖଲ ଜାମିନ ଆବେଦନର ଶୁଣାଣି କରିବେ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ନିଶା କାରବାର ମାମଲାରେ ଉଭୟଙ୍କୁ ଗିରଫ କରାଯାଇଛି। ଆଜି କୋର୍ଟରେ ରିୟାଙ୍କ ଓକିଲ ସତୀଶ ମାନେଶିନ୍ଦ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏନଡିପିଏସ ଅଧୀନରେ ଦାଖଲ ହୋଇଥିବା ଅପରାଧର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯିବା ଉଚିତ। ସେ କହିଛନ୍ତି ଯେ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କେନ୍ଦ୍ର ସରକାର ସିବିଆଇକୁ କ୍ଷମତା ଦେଇଛନ୍ତି ତେଣୁ ଏନସିବିର କୌଣସି ଅଧିକାର ନାହିଁ।

ସେ କହିଛନ୍ତି,ଏନସିବି ଦ୍ୱାରା ହୋଇଥିବା ଅନୁସନ୍ଧାନ ଏହାର ଅଧିକାରରେ ଆସୁନାହିଁ ଏବଂ ତାହା ବେଆଇନ ତେଣୁ ଏହାକୁ ଦୃଷ୍ଟିରେ ରଖି ସୁଶାନ୍ତ ମୃତ୍ୟୁରେ ନିଶା କାରବାର ସହିତ ସମ୍ପର୍କିତ ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଉ।

- Advertisement -

ସେ କହିଛନ୍ତି, ଯେଉଁ ଅପରାଧ ପାଇଁ ରିୟା ଦୋଷୀ ସାବ୍ୟସ୍ତ ହୋଇଥିଲେ ତାହା ବର୍ତ୍ତମାନର ମାମଲାରେ ପ୍ରଯୁଜ୍ୟ ନୁହେଁ। ଧାରା ୩୭ ଅନୁଯାୟୀ ଜାମିନ ଉପରେ ଲାଗିଥିବା ପ୍ରତିବନ୍ଧକ କେବଳ ବାଣିଜ୍ୟିକ ପରିମାଣ ପାଇଁ ପ୍ରଯୁଜ୍ୟ ଏବଂ ରିୟାଙ୍କ କ୍ଷେତ୍ରରେ ତାହା ପ୍ରଯୁଜ୍ୟ ନୁହେଁ।

ଇତି ମଧ୍ୟରେ ରିୟା ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ହେପାଜତକୁ ଅକ୍ଟୋବର ୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୧୧ରେ କୋର୍ଟ ରିୟା, ତାଙ୍କ ଭାଇ ଏବଂ ଅନ୍ୟମାନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। କୋର୍ଟ କହିଥିଲେ ଯେ ଯଦି ତାଙ୍କୁ ଜାମିନରେ ଛାଡି ଦିଆଯାଏ ତେବେ ସେ ଅନ୍ୟ ଅଭିଯୁକ୍ତମାନଙ୍କୁ ସତର୍କ କରାଇ ପାରନ୍ତି ଏବଂ ପ୍ରମାଣ ନଷ୍ଟ କରି ପାରନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories