www.samajalive.in
Saturday, December 13, 2025
23.1 C
Bhubaneswar

ପୁତୁରାର ତୀର ମାଡ଼ରେ ଦାଦା ଗୁରୁତର, କଟକ ସ୍ଥାନାନ୍ତର 

କେଶଦୁରାପାଳ : ପୁତୁରାର ତୀର ମାଡ଼ରେ ଦାଦା ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି । ସୁଚନାରୁ ଜଣାଯାଏ ଆନନ୍ଦପୁର ଥାନା ଅନ୍ତର୍ଗତ ବାହିଆ ବରଦଣ୍ଡା ଗ୍ରାମର ମୁରଲି ନାଇକ (୫୫)ଙ୍କ ପୁତୁରା ବୁଦ୍ଧଦେବ ନାଇକ ଏକ ତୀର ମାରିଦେବାରୁ ତୀରଟି ମୁରଲିର ପେଟରେ ପଶି ଯାଇଥିଲା। ପରିବାର ଲୋକେ ସଙ୍ଗେ ସଙ୍ଗେ ମୁରଲିକୁ ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିବା ବେଳେ ମୁରଲିର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ମୁରଲିକୁ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି।

ଘର ଲୋକଙ୍କ କହିବା ଅନୁସାରେ ବୁଦ୍ଧଦେବର ମୁଣ୍ଡ ଖରାପ ହୋଇଛି ସେ ୫ ଦିନ ହେଲା ଘରେ ବନ୍ଦ ହୋଇ ରହିଥିଲା । ଗୁରୁବାର ବାହାରିବା ପରେ ଆଜି ଏକ ଧନୁ ତୀର ଧରି ବାହାରେ ବୁଲୁଥିବା ବେଳେ ମୁରଲି ନାଇକ ସେହି ବାଟ ଦେଇ ଯାଉଥିବା ବେଳେ ବୁଦ୍ଧଦେବ ରାଗରେ ତୀର ମାରି ଥିଲା ଫଳରେ ତୀରଟି ମୁରଲିର ପେଟରେ ପଶି ଯାଇଥିଲା ଏହା ଦେଖି ପରିବାର ଲୋକେ ସଙ୍ଗେ ସଙ୍ଗେ ମୁରଲିକୁ ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ମୁରଲିକୁ କଟକ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories