www.samajalive.in
Tuesday, December 9, 2025
17.1 C
Bhubaneswar

ଗାଁସାଥୀଙ୍କ ସହ ଏସଏଚଜି ମହିଳାଙ୍କୁ ସଂଯୋଗୀକରଣର ପ୍ରତିବାଦ, ରାଜ୍ୟ ସରକାର ନିଷ୍ପତ୍ତି ନ ବଦଳାଇଲେ ଆନ୍ଦୋଳନ ଚେତାବନୀ

ବଲାଙ୍ଗିର: ଛଳନା କରିଛନ୍ତି ରାଜ୍ୟ ସରକାର। ଦୀର୍ଘ ବାର ବର୍ଷ ଧରି ବିନା ସ୍ଥାୟୀ ଦରମାରେ ମନରେଗା ଯୋଜନାରେ କାମ କଲୁ। ଗାଁର ପ୍ରତି ଦୁଇ ଜଣଙ୍କୁ ନିଯୁକ୍ତ କରି ମନରେଗା କାମରେ ନିୟୋଜିତ କରିଥିଲେ। ୧୨ ବର୍ଷ ପରେ ଆମ ବିଷୟରେ ଚିନ୍ତା କରିବା ବଦଳରେ ଏସଏଚଜି ମହିଳାମାନଙ୍କୁ ପୁଣି ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯାହାର ଦୃଢ ବିରୋଧ କରୁଥିବା କହିଛି ରାଜ୍ୟ ଗାଁସାଥୀ ସଂଗଠନ। ଏହାକୁ ବିରୋଧ କରି ଗୁରୁବାର ବଲାଙ୍ଗିର ଜିଲା ଗାଁ ସାଥୀମାନେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଘେରାଉ କରିଥିଲେ।

ଅଭିଯୋଗ ଅନୁସାରେ, ୨୦୦୮ ମସିହାରେ ମନରେଗା ଯୋଜନାକୁ ଗାଁରେ ସୁପରିଚାଳନା କରିବା ପାଇଁ ଗାଁ ସାଥୀ ନିଯୁକ୍ତ ହୋଇଥିଲେ। କାମର ତଦାରଖ, ଶ୍ରମିକମାନଙ୍କୁ ଯୋଜନାରେ ସାମିଲ କରିବା ପାଇଁ ଏହି ପଦବୀ ସୃଷ୍ଟି କରାଯାଇଥିଲା। କିନ୍ତୁ ତାଙ୍କୁ କୈାଣସି ପ୍ରକାର ଦରମା ବ୍ୟବସ୍ଥା ହୋଇ ନ ଥିଲା। ଚଳିତ ବର୍ଷ ରାଜ୍ୟ ସରକାର ମନରେଗା ଯୋଜନାରେ ଗାଁ ସାଥୀମାନଙ୍କ ଭଳି ଏସଏଚଜି ମହିଳାମାନଙ୍କୁ ନିୟୋଜିତ କରିବା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏହାକୁ ବିରୋଧ କରିଛି ଗାଁ ସାଥୀ ସଂଘ।

- Advertisement -

ଗାଁ ସାଥୀ ସଂଘ ରାଜ୍ୟ କାର୍ୟ୍ୟକାରୀ ସଭାପତି ରାମେଶ୍ୱର ରଣାଙ୍କ କହିବା ଅନୁସାରେ, ବିନା ଦରମାରେ ମାଗଣା ଶ୍ରମିକ ଭଳି ଏତେ ବର୍ଷ କାମ କରିବା ପରେ ସରକାର ପୁରସ୍କାର ଦେବା ବଦଳରେ ତିରସ୍କାର କରୁଛନ୍ତି। ପ୍ରତି ଗାଁରେ ଜଣେ ମହିଳା ଓ ଜଣେ ପୁରୁଷ ଗାଁ ସାଥୀ ରହିଛନ୍ତି। ସବୁ ଠିକଠାକ ଚାଲିଥିବା ବେଳେ ଏସଏଚଜି ମହିଳାମାନଙ୍କୁ ସଂଯୋଗ କରିବାର କିଛି ଦରକାର ନ ଥିବା କହିଛନ୍ତି ରାମେଶ୍ୱର ରଣା। ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସଂଘ ବିରୋଧ କରିଛି। ଗୁରୁବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ୟ୍ୟାଳୟରେ ଜିଲାରେ କାମ କରୁଥିବା ଗାଁ ସାଥୀମାନେ ଆସି ଘେରାଉ କରିଥିଲେ। ଏନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିବା ବେଳେ ହାଇକୋର୍ଟ ମଧ୍ୟ ସ୍ଥଗିତାଦେଶ ଦେଇଛନ୍ତି। କିନ୍ତୁ ସରକାର ତାକୁ ଅମାନ୍ୟ କରୁଥିବା ରାମେଶ୍ୱର ରଣା ଅଭିଯୋଗ କରିଛନ୍ତି। ଯଦି ସରକାର ଏହି ନିଷ୍ପତ୍ତ ବଦଳାଇବେ ନାହିଁ ତେବେ ରାଜ୍ୟର ସମସ୍ତ ଜିଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସଂଘ ଘେରିବ ବୋଲି ଚେତାବନୀ ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories