www.samajalive.in
Tuesday, December 9, 2025
15.1 C
Bhubaneswar

ଚାଷୀଙ୍କ ଉପରେ ଦାଉସାଜିଛି ପତ୍ରପୋଡା ରୋଗ

ହରଭଙ୍ଗା : ବର୍ଷେ ବନ୍ୟା ବର୍ଷେ ମରୁଡି ଯୋଗୁଁ  ବୌଦ୍ଧଜିଲ୍ଲାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଉଛି। ଚଳିତବର୍ଷ ଧାନ ଚାଷ ଭଲ ହୋଇଥିଲା। ମାତ୍ର ଅଗଷ୍ଟ ମାସରେ  ମହାନଦୀ ବନ୍ୟାରେ ପ୍ରାୟ ୧ ହଜାର ହେକ୍ଟର ଧାନ ଚାଷ ଉଜୁଡି ଯାଇଥିବା ଜଣାପଡିଛି। ବନ୍ୟା ଦୁଃଖ ନ ସରୁଣୁ  ଏବେ ହରଭଙ୍ଗା ବ୍ଲକ ଧାନ ଚାଷୀଙ୍କ ଉପରେ ଦାଉସାଜିଛି ପତ୍ରପୋଡା ରୋଗ। ଚଳିତବର୍ଷ ବ୍ଲକର ପ୍ରାୟତଃ ସବୁ ପଂଚାୟତରେ ପତ୍ରପୋଡା ରୋଗ କାରଣରୁ ଧାନ ଅମଳ ପ୍ରଭାବିତ ହେବା ଆଶଙ୍କା ଉପୁଜୁଛି। ଏହାକୁ ନେଇ ଚାଷୀ ଚିନ୍ତିତ ହୋଇପଡିଛି। ପତ୍ରପୋଡ ରୋଗ ଯୋଗୁଁ ଧାନଗଛର ପତ୍ର ସବୁ ଧୂସର ରଙ୍ଗ ହେବା ସହିତ ଗଛସବୁ ପୋଡିଯିବା ଭଳି ଦେଖାଯାଉଛି। ବିଶେଷ କରି ବ୍ଲକର ହରଭଙ୍ଗା,କୁଶଙ୍ଗ,ଛତ୍ରଙ୍ଗ,ତିଲେଶ୍ୱର,ଧଳପୁର,ଲୁଣିବାହାଲ, ଭଳି ସମସ୍ତ ୨୨ ପଂଚାୟତରେ ପତ୍ରପୋଡା ରୋଗ ଦେଖାଦେଇଛି। ଚଳତବର୍ଷ ଅତ୍ୟଧିକ ପରିମାଣରେ ବର୍ଷା ଯୋଗୁଁ ଧାନଗଛରେ ଯବକ୍ଷାରଯାନ ପରିମାଣ ବୃଦ୍ଧି ପାଇବା ସାଙ୍ଗକୁ ଧାନଗଛରୁ ପଟାସ ପରିମାଣ କ୍ଷୟ ଯୋଗୁଁ ପତ୍ରପୋଡା ରୋଗ ଦେଖାଦେଇଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି।

କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବ୍ଲକର ସବୁ ପଂଚାୟତରେ ଏଯାବତ୍ ୧୭୭ ହେକ୍ଟର ଧାନ ଚାଷ ଜମି ପତ୍ରପୋଡା ରୋଗରେ ପ୍ରଭାବିତ ହୋଇଛି। ପତ୍ରପୋଡା ରୋଗ ନିରାକରଣ ପାଇଁ ଧାନରେ ପଟାସ ସାର ପ୍ରୟୋଗ କରିବା ସହିତ ପ୍ଲାଟୋଂମାଇସିନ ୧ ଗ୍ରାମ ସହିତ ବ୍ଲାଇଟକ୍ସ ୨ ଗ୍ରାମ କୀଟନାଶକକୁ ୧ ଲିଟର ପାଣିରେ ମିଶାଇ ପ୍ରୟୋଗ କଲେ ପତ୍ରପୋଡା ରୋଗର ନିରାକରଣ ହୋଇପାରିବ ବୋଲି ବ୍ଲକ କୃଷିଅଧିକାରୀ କୃଷ୍ଣ ଚନ୍ଦ୍ର ବଘାର ସୂଚନା ଦେଇଛନ୍ତି। ମାତ୍ର ଚାଷୀମାନେ ପତ୍ରପୋଡା ସମୟରେ ପଟାସ ସହିତ  ୟୁରିଆ ସାର ମିଶାଇ ଧାନରେ ପ୍ରୟୋଗ କରୁଥିବାରୁ ପତ୍ରପୋଡା ରୋଗ ପାର୍ଦୁଭାବ ବୃଦ୍ଧି ପାଉଥିବା ବ୍ଲକ କୃଷିଅଧିକାରୀ ସୂଚନା ଦେଇଛନ୍ତି। ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେମାନଙ୍କୁ ଆବଶ୍ୟକୀୟ ସାର ଏବଂ କୀଟନାଶକ କୃଷି ବିଭାଗ ପକ୍ଷରୁ ମାଗଣା ଯୋଗାଇ ଦେବାକୁ ସତ୍ୟ ପ୍ରଧାନ,ସୁଜ୍ଞାନ କର୍ଣ୍ଣ,ପବିତ୍ର ମହାକୁଡ, ପ୍ରମୋଦ ପ୍ରଧାନ ପ୍ରମୁଖ ଦାବୀ କରିଛନ୍ତି। ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories