www.samajalive.in
Monday, December 15, 2025
14.1 C
Bhubaneswar

ଶିଶୁ ବିକିଥିବା ସ୍ୱୀକାର କଲେ ଗିରଫ ନନ୍‍

ରାଞ୍ଚି: ‘ମିଶନାରିଜ୍‍ ଅଫ ଚାରିଟି’ ଦ୍ୱାରା ପରିଚାଳିତ ଆଶ୍ରୟ କେନ୍ଦ୍ରରୁ ଶିଶୁ ବିକ୍ରି ନେଇ ଉଠିଥିବା ଅଭିଯୋଗର ସତ୍ୟତା ମିଳିଛି। ଝାଡ଼ଖଣ୍ଡ ପୁଲିସ ଏହି ମାମଲାରେ ଦୁଇ ଜଣ ନନ୍‍ଙ୍କୁ ଗିରଫ କରିବା ପରେ ସେମାନଙ୍କ ମଧ୍ୟରୁ ଜଣେ ଏ ସମ୍ପର୍କରେ ସ୍ୱୀକାର କରିଛନ୍ତି। ଝାଡ଼ଖଣ୍ଡରେ ମଦର ଟେରେସାସ୍‍ ଚ୍ୟାରିଟି ସଂସ୍ଥା ଦ୍ୱାରା ପରିଚାଳିତ ‘ନିର୍ମଳ ହୃଦୟ’ର ଜଣେ ଅଭିଯୁକ୍ତ ସିଷ୍ଟର କଂସାଲିଆ ପୁଲିସ ଆଗରେ ସ୍ୱୀକାର କରିଛନ୍ତି ଯେ ଦୁଇଟି ଶିଶୁଙ୍କୁ ବିକ୍ରି କରାଯାଇଥିବାବେଳେ ଜଣକୁ ବିନାମୂଲ୍ୟରେ ଦିଆଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ଅନିମା ଇନ୍ଦୱାରଙ୍କୁ ପୁଲିସ ଜେରା କରୁଛି। ଅପରପକ୍ଷରେ ରାଞ୍ଚି ବିଶପ୍‍ ଥିଓଡର ମାସାରେନ୍‍ହାସ ଏହି ଘଟଣାରେ ପୁଲିସର ତଦନ୍ତ ମଦର ଟେରେସାଙ୍କ ବଦାନ୍ୟ ସଂସ୍ଥାକୁ ନିନ୍ଦିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି। ପୂର୍ବରୁ କାଥୋଲିକ୍‍ ଖ୍ରୀଷ୍ଟିଆନ୍‍ ସଂଗଠନ ପକ୍ଷରୁ କୁହାଯାଇଥିଲା କି ଶିଶୁ ବିକ୍ରି ଭଳି କାର୍ଯ୍ୟରେ ତାଙ୍କ ଅଧୀନସ୍ଥ କୌଣସି ସଂସ୍ଥା ସମ୍ପୃକ୍ତ ନୁହେଁ। ଶିଶୁ ବିକ୍ରି ଅତ୍ୟନ୍ତ ଅମାନବୀୟ କାର୍ଯ୍ୟ ବୋଲି ଦର୍ଶାଯାଇ ଏଭଳି ଘଟଣାର ନିରପେକ୍ଷ ତଦନ୍ତ କରାଯିବାକୁ ବିଶପ୍‍ ସମ୍ମିଳନୀରେ ଦାବି କରାଯାଇଥିଲା।
ସୂଚନାନୁଯାୟୀ, ନିର୍ମଳ ହୃଦୟର ଉପରୋକ୍ତ ଦୁଇ ନନ୍‍ଙ୍କୁ ଗତ ୫ତାରିଖରେ ଗିରଫ କରାଯାଇଥିଲା। ସେମାନେ ଏହି ଆଶ୍ରୟ କେନ୍ଦ୍ରର ଜନୈକ ନାବାଳିକା ଅନ୍ତେବାସୀଙ୍କ ଔରସରୁ ଜନ୍ମିତ ଶିଶୁକୁ ଉତ୍ତରପ୍ରଦେଶର ଏକ ଦମ୍ପତିଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ଖୋଳତାଡ଼ ପାଇଁ ପୁଲିସ ସମ୍ପୃକ୍ତ ଦୁଇ ନନ୍‍ଙ୍କୁ ୧୪ଦିନିଆ ଜିମାରେ ନେଇ ପଚରାଉଚୁରା ଚଳାଇଛି। ଗିରଫ ନନ୍‍ ମୋଟ ୪ ଶିଶୁଙ୍କୁ ବିକ୍ରି କରିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ଶିଶୁକୁ ପୁଲିସ ବୁଧବାର ସିମଡେଗାରୁ ଉଦ୍ଧାର କରିଛି। ଏହି ଘଟଣା ପଦାକୁ ଆସିବା ପରେ ବିଭିନ୍ନ ମହଲରୁ ଆଶ୍ରୟ କେନ୍ଦ୍ର ଶିଶୁ ବିକ୍ରି ଽାକେଟ ଚଳାଇଥିବାର ଅଭିଯୋଗ ଆସିବାରେ ଲାଗିଥିଲା। ଆଶ୍ରୟ କେନ୍ଦ୍ର ଓ ବିଶପ୍‍ଙ୍କ ପକ୍ଷରୁ ଏଭଳି ଖବରକୁ ଖଣ୍ଡନ କରାଯିବା ସହ ପୁଲିସ ଅଯଥା ଏହି ବଦାନ୍ୟ ସଂସ୍ଥା ପ୍ରତି ଅପରାଧିକ ଆରୋପ ଲଗାଇଛି ବୋଲି କୁହାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories