www.samajalive.in
Sunday, December 7, 2025
23.1 C
Bhubaneswar

ସହାୟିକାଙ୍କ ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର : ୮ ବର୍ଷ ପରେ ସରୁନି ନର୍ମାଣ କାର୍ଯ୍ୟ

କଲମପୁର : କଳାହାଣ୍ଡି ଜିଲା ଭୌଗଳିକ ମାନଚିତ୍ର୍ରେ ଅଗମ୍ୟ ଅଂଚଳ ଥୁଆମୁଳ ରାମପୁର। ସେହି ଅଗମ୍ୟ ଅଂଚଳ ମଧ୍ୟରେ ରହିଛି ଇନ୍ଦ୍ରାବତି ଜଳ ଭଣ୍ଡାର। ସେହି ଇନ୍ଦ୍ରାବତି ଅତଳ ଜଳରାଶି ମଧ୍ୟରେ ଏକ ଟାପୁ ଉପରେ ରହିଛି ଜନବସତି। ଯାହା ଘୁଟୃଖାଲ ନାମରେ ନାମିତ। ୩୯ ଗୋଟି ଆଦିବାସୀ ପରିବାର ସମେତ ୪ ଗୋଟି ଦଳିତ ଓ ୯ ଗୋଟି ଅନ୍ୟାନ୍ୟ ପଛୁଆ ପରିବାରର ପ୍ରାୟ ୩୦୦ ଶହ ଜନ ସଂଖ୍ୟାକୁ ନେଇ ଏହି ଗାଁ ରହି ଆସିଛି। ଇନ୍ଦ୍ରାବତି ଜଳଭଣ୍ଡାର କାର୍ଯ୍ୟକ୍ଷମ ପୂର୍ବରୁ ଏହି ଗାଁରେ ଉପ ଡାକ ଘର ସହିତି ଅନ୍ୟ ସମସ୍ତ ସୁବିଧା ଥିଲା। ଇନ୍ଦ୍ରାବତି ଜଳଭଣ୍ଡାର ନିର୍ମାଣ ପରେ ଏହି ଗାଁ ବୁଢି ଅଂଚଳ ଘୋଷଣା ହେବା ପରେ ନିଜର ଭିଟା ମାଟି ଛାଡି ଅନେକ ଲୋକ ବିଭିନ୍ନ ଅଂଚଳରେ ବସତି କରିଥିଲେ ମଧ୍ୟ ଏହି ନିରୀହ ଲୋକ ନିଜର ଦାଖଲରେ ଥିବା ଜମି ଯିବା ପରେ ଅନ୍ୟ ଉପାୟ ନପାଇ ଗ୍ରାମର ପୂର୍ବ ନାମ ଅନୁସାରେ ନିକଟସ୍ଥ ଏକ ଟାପୁ ଅଂଚଳରେ ଝାଟି ମାଟିର କୁଡିଆ ତିଆରି କରି ରହି ଆସୁଛନ୍ତି। ଦେଶୀ ଡଙ୍ଗା ସେମାନଙ୍କର ସହା ଭରସା। ୨୦୦୬ ମସିହାରେ ଗ୍ରାମର ଶିଶୁ ମାନଙ୍କ ସଂଖ୍ୟା ଓ କିଶୋରୀ ବାଳିକାଙ୍କ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଏକ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଥିଲା। ଅଂଚଳର ଜଣେ ମହିଳା ଏହି କେନ୍ଦ୍ରର କର୍ମୀ ଭାବେ ନିୟୋଜିତ ହେଇଥିବା ବେଳେ ସେହି ଗାଁର ଅନ୍ୟ ଜଣେ ମହିଳା ସହାୟିକା ଭାବେ ନିୟୋଜିତ ହେଇଥିଲେ। ଅଙ୍ଗନବାଡି କେନ୍ଦ୍ର ଖୋଲିବା ପର ଠାରୁ ସହାୟିକାଙ୍କ ଘରେ ହିଁ କାର୍ଯ୍ୟ ସମ୍ପାଦିତ କରାଯାଉଛି। ଏହି କାରଣରୁ ଗତ ୨୦୧୨ ମସିହାରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅଙ୍ଗନବାଡି କେନ୍ଦ୍ର କୋଠା ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଦୀର୍ଘ ୮ ବର୍ଷ ବିତି ସାରିଥିଲେ ମଧ୍ୟ ଅଦ୍ୟାବଧି କେନ୍ଦ୍ର କୋଠା କାର୍ଯ୍ୟ ସମ୍ପାଦିତ ହେଇ ପାରିନାହିଁ। ଆଜି ବି ଶିଶୁ ମାନେ ସହାୟିକାଙ୍କ ଘର ବାରଣ୍ଡାରେ ନିଜ ଦିଦି ( ଅଙ୍ଗନବାଡି କର୍ମୀ )ଙ୍କୁ ଅପେକ୍ଷା କରନ୍ତି। ଦିଦି ନିଜ ସନ୍ତାନ ମାନଙ୍କ ଭବିଷ୍ୟତ ପାଇଁ ନିକଟସ୍ଥ ସହର ଇଲାକା ଭାବେ ପରିଚିଚ ଖାତିଗୁଡା ରେ ରହୁଥିବା ବେଳେ ଗ୍ରାମର ଗରୀବ ଗୁରୁବାଙ୍କ ଶିଶୁଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ବୋଲି  ଗ୍ରାମବାସୀ କହନ୍ତି। ନିୟମିତ ଆସିବା ବଦଳରେ ସପ୍ତାହକୁ ଦିନେ ଦୁଇ ଦିନ ଆସି ନିଜ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ଜଳ ଭଣ୍ଡାର ମଧ୍ୟରେ ବିପଦ ସଙ୍କୁଳ ଅବସ୍ଥାରେ ରିତିମତ ଦେଶୀ ଡଙ୍ଗାରେ ପାରି ହେଇ କାର୍ଯ୍ୟ ସମ୍ପାଦିତ କରିବା ମଧ୍ୟ ସମ୍ଭବ ହେଉ ନାହିଁ। ଅନ୍ୟପଟେ ଅଙ୍ଗନବାଡି କର୍ମୀଙ୍କ ରହିବା ପାଇଁ ଆବଶ୍ୟକ ଭିତିଭୂମି ଥିବା ଘର ନଥିବାରୁ ଜଣେ ମହିଳା କିଭଳି ଭାବରେ ଅନ୍ୟ ଘରେ ରହିବେ, ସେନେଇ ପ୍ରଶ୍ନ ଉଠିଛି। ନିର୍ମାଣର ଦୀର୍ଘ ୮ ବର୍ଷ ବିତି ସାରିଥିଲେ ମଧ୍ୟ କୋଠାରେ ଲାଗି ପାରି ନାହିଁ କବାଟ କି ଝରକା। ଯେଉଁଥିପାଇଁ ଏବେ ଏହି ଅଙ୍ଗନବାଡି କୋଠା ବ୍ୟବହାର ଅନୁପଯୋଗୀ ହେଇ ଭୂତ କୋଠି ପାଲଟିଲାଣି। ନିର୍ମାଣ ଦାୟିତ୍ୱରେ ଥିବା ବିଭାଗ କେତେ କର୍ମତତ୍ପର ଏହି କୋଠା ନିର୍ମାଣରୁ ଜଣାପଡେ। ଏହାସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଜଳ ଭଣ୍ଡାର ମଧ୍ୟରେ ଗାଁ ଟି ଥିବାରୁ କବେ ମଧ୍ୟ ପରିଦର୍ଶନରେ ଯାଉନଥିବାରୁ ସମସ୍ୟାର ସମାଧାନ ହେଇ ପାରୁନଥିବା ଗ୍ରାମର ଲୋକ ସୂଚନା ଦିଅନ୍ତି।

ସୂଚନାଯୋଗ୍ୟଯେ, ଘୁଟୃଖାଲ ଗ୍ରାମ ୨୦୧୭ ପୂର୍ବରୁ ତଲନାଗୀ ପଞ୍ଚାୟତ ଅଧିନରେ ଥିଲା। କିନ୍ତୁ ପଞ୍ଚାୟତ ପୁନଃ ଗଠନ ପରେ ତେବେ ନୂତନ ଭାବେ ଗଠିତ ଏନ. ପୋଡା ପଦର ପଞ୍ଚାୟତରେ ସାମିଲ ହେଇଛି। ଅଙ୍ଗନବାଡି କୋଠା ନିର୍ମାଣରେ ବିଳମ୍ବତା ନେଇ ବି.ଡି.ଓ ନିଶାନ ମିଶ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କାର୍ଯ୍ୟରେ ଅଳ୍ପ ଦିନ ମଧ୍ୟରେ ଯୋଗ ଦେଇଥିବାରୁ ଅଂଚଳର ସମସ୍ୟା ସମ୍ବନ୍ଧରେ ଅଳ୍ପ ଅବଗତ ରହିଛନ୍ତି। ଯେଉଁ ସବୁ ସମସ୍ୟା ଉପସ୍ଥାପିତ ହେଉଛି ତାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ଅଙ୍ଗନବାଡି କେନ୍ଦ୍ର କୋଠା ନିର୍ମାଣ ଦିଗରେ ମଧ୍ୟ ତୁରନ୍ତ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories