www.samajalive.in
Monday, December 15, 2025
16.1 C
Bhubaneswar

ପିଏନ୍‌ବି ମହାଠକେଇ : ଋଣ ପାଇଁ ୩୨୧ କୋଟିର ଜାଲିଆତି

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ମହାଠକେଇର କାର୍ପଟପଦାର ନିରବ ମୋଦିଙ୍କ ପିଛା ଛାଡୁନି ସିବିଆଇ। କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଗୁରୁବାର ଋଣ ସୁବିଧା ପ୍ରଦାନରେ ୩୨୧ କୋଟି ଜାଲିଆତି ଅଭିଯୋଗରେ ଅରବପତି ହୀରା ବ୍ୟବସାୟୀ ନିରବ ମୋଦିଙ୍କ ନାମରେ ପୁଣି ଏକ ମାମଲା ରୁଜୁ କରିଛି। ନିରବ ମୁମ୍ବଇର ବ୍ରାଡି ରୋଡ୍‌ ଶାଖାରେ ଏହି ଜାଲିଆତି କରିଛନ୍ତିି।

ଋଣ ସୁବିଧା ପ୍ରଦାନରେ ହୋଇଥିବା ଏହି ଜାଲିଆତି ଯୋଗୁ ପିଏନ୍‌ବିିକୁ ୩୨୧ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ଏ ନେଇ ବ୍ୟାଙ୍କ ପକ୍ଷରୁ ଚଳିତମାସ ୪ରେ ଅଭିଯୋଗ କରାଯାଇଥିଲା। ଏହି ଜାଲିଆତି ଘଟଣାରେ ସିବିିଆଇ ନିରବଙ୍କ ବ୍ୟତୀତ ଫାୟାର ଷ୍ଟାର ଡାଇମଣ୍ଡ୍‌ସ ଇଣ୍ଟର ନ୍ୟାସନାଲ ଲିମିଟେଡ୍‌ର ସଭାପତି (ଅର୍ଥ) ବିପୁଲ ଅମ୍ବାନୀ, ସିଏଫ୍‌ଓ ରବି ଗୁପ୍ତା, କମ୍ପାନୀର ଅନ୍ୟ ନିର୍ଦେଶକ ଏବଂ ବ୍ୟାଙ୍କର କେତେକ କର୍ମଚାରୀଙ୍କ ନାମ ସାମିଲ କରିଛି।

- Advertisement -

ନିରବଙ୍କ ନାମରେ ଏହା ହେଉଛି ଦ୍ୱିତୀୟ ଏଫ୍‌ଆଇଆର୍‌। ବ୍ରାଡି ରୋଡ୍‌ ଶାଖାରେ ଫାୟାର ଷ୍ଟାର ଗ୍ରୁପକୁ ୨୦୧୩ରୁ ୨୦୧୭ ମଧ୍ୟରେ ଋଣ ସୁବିଧା ପ୍ରଦାନ କରାଯାଇଥିବା ଅଭିଯୋଗରେ କୁହାଯାଇଛି। ପୂର୍ବରୁ ନିରବଙ୍କ ନାମରେ ଜାଲ ଘୋଷଣାନାମା ପତ୍ର(ଏଲ୍‌ଓୟୁ) ଜାରି କରିବା ନେଇ ସିବିଆଇ ମାମଲା ରୁଜୁ କରିସାରିଛି। ଏହି ଏଲ୍‌ଓୟୁ ଜରିଆରେ ନିରବ ଏବଂ ତାଙ୍କ ମାମୁ ମେହୁଲ ଚୋକ୍‌ସି ବହୁ କୋଟି ଟଙ୍କାର ଦୁର୍ନୀତି ସଂଘଠିତ କରିଛନ୍ତି।

Hot this week

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories