କଲମ୍ବୋ: ନିଦାହାସ୍ ଟ୍ରଫି ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି ଭାରତ। ଗୁରୁବାର ୨ୟ ଲିଗ୍ ମ୍ୟାଚ୍ରେ ବାଂଲାଦେଶକୁ ସହଜରେ ୬ ୱିକେଟରେ ଭାରତ ପରାସ୍ତ କରିଛି। ଭାରତୀୟ ବୋଲର ନିୟମିତ ୱିକେଟ ନେବା ଯୋଗୁଁ ପ୍ରଥମେ ବ୍ୟାଟିଂକରି ବାଂଲାଦେଶ ୮ ୱିକେଟ ହରାଇ ୧୩୯ ରନ୍ କରିଥିଲା। ଲିଟନ୍ ଦାସ ଓ ସାବିର ରେହ୍ମାନ୍ ଉପଯୋଗୀ ଇନିଂସ ଖେଳିଥିଲେ ହେଁ ଅନ୍ୟମାନେ ବିଫଳ ହୋଇଥିଲେ। ପରେ ଶିଖର ଧାୱନ୍ଙ୍କ ଅର୍ଦ୍ଧଶତକ ବଳରେ ୧୮.୪ ଓଭରରେ ୪ ୱିକେଟ ହରାଇ ଭାରତ ଜିତିଥିଲା। ଶନିବାର ବାଂଲାଦେଶ-ଶ୍ରୀଲଙ୍କା ମୁକାବିଲା ହେବାର ଥିବା ବେଳେ ସୋମବାର ଶ୍ରୀଲଙ୍କା ବିପକ୍ଷରେ ଭାରତ ପରବର୍ତ୍ତୀ ମ୍ୟାଚ୍ ଖେଳିବ।
ପ୍ରଥମ ମ୍ୟାଚ୍ରେ ଆୟୋଜକ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଥିବା ଭାରତ ଏହି ମ୍ୟାଚ୍ରେ ଅପରିବର୍ତ୍ତିତ ଏକାଦଶ ଖେଳାଇଥିଲା। ଟସ୍ ଜିତି ଭାରତ ଫିଲ୍ଡିଂ ନେଇଥିଲା। ବାଂଲାଦେଶ ୩ୟ ଓଭରରୁ ନିୟମିତ ବ୍ୟବଧାନରେ ୱିକେଟ ହରାଇବାରୁ ଏହା ବଡ଼ ସ୍କୋର୍ କରି ପାରିନଥିଲା।
ଟି୨୦: ଭାରତର ସହଜ ବିଜୟ
Popular Categories



