www.samajalive.in
Sunday, December 7, 2025
23.1 C
Bhubaneswar

କନ୍ଧମାଳ: ୧୫୩ ଚିହ୍ନଟ ସହ ମୋଟ ସଂକ୍ରମିତ ସଂଖ୍ୟା ୩୭୧୬

ଫୁଲବାଣୀ: କନ୍ଧମାଳରେ ପୁଣି ଦୈନିକ ସଂକ୍ରମଣ ଚିହ୍ନଟ ଶତକ ଟପିଛି। ଆଜି ୧୫୩ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସରକାରୀ ଭାବେ ଘୋଷଣା କରାଯାଇଛି। ଚିହ୍ନଟଙ୍କ ମଧ୍ୟରେ ୧୬ ଜଣ କୋଭିଡ଼ ଯୋଦ୍ଧା ଅଛନ୍ତି।

ଫୁୂଲବାଣୀରୁ ସର୍ବାଧିକ ୫୧ ଜଣ ଚିହ୍ନଟ ହୋଇଥିବା ବେଳେ ଜି.ଉଦୟଗିରିରୁ ୧୦ଜଣ, କ.ନୂଆଗାଁରୁ ୭ଜଣ, ଟିକାବାଲିରୁ ୯ ଜଣ, ତୁମୁଡ଼ିବନ୍ଧରୁ ୪ଜଣ, ଚକାପାଦରୁ ୯ଜଣ, ରାଇକିଆରୁ ୨ଜଣ, ଦାରିଙ୍ଗବାଡ଼ିରୁ ୩ଜଣ, ଖଜୁରିପଡ଼ାରୁ ୭ଜଣ, ବାଲିଗୁଡ଼ାରୁ ୩୫ଜଣ, ଫିିରିଙ୍ଗିଆରୁ ୧୨ଜଣ ଓ ଅନ୍ୟାନ୍ୟ ୨ଜଣ ସହିିତ ଅନ୍ୟ ଜିଲାରେ ମଧ୍ୟ କନ୍ଧମାଳର ୨ ଜଣ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରୁ ବର୍ତମାନ ସୁଦ୍ଧା ୩୭୧୬ଜଣ ଚିହ୍ନଟ ହୋଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିବା ବେଳେ ବେସରକାରୀ ଭାବେ ଏହି ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଇଛି। ୨୮୬୭ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ବାକି ୮୩୦ ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ତେବେ ରିପୋର୍ଟ ପ୍ରକାରେ ପ୍ରଥମଥର ପାଇଁ କନ୍ଧମାଳ ଜିଲାରେ ସକ୍ରିୟ ସଂକ୍ରମିତ ସଂଖ୍ୟା ୮୦୦ ଟପିଛି।

- Advertisement -

ଅନ୍ୟପକ୍ଷରେ ଆଜି ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଇଛନ୍ତି କୋଭିଡ଼୍‍ ଯୋଦ୍ଧା ତଥା ଫୁଲବାଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରା ଓ ବ୍ଳକର କେସିୟର୍‍ ଶଙ୍କର ପ୍ରସାଦ ପଣ୍ଡା। କାର୍ଯ୍ୟାଳୟର କର୍ମଚାରୀ ମାନେ ଉଭୟ ଯୋଦ୍ଧାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ।

ସେହିଭଳି ଦିନକୁ ଦିନ ଫୁଲବାଣୀ ସହରର ସ୍ଥିତି ସଙ୍ଗିନ୍‍ ହେଉଥିବା ବେଳେ ଏକ ସପ୍ତାହ ମଧ୍ୟରେ ଖୋଦ୍‍ ଫୁଲବାଣୀରେ ସଂକ୍ରମିତ ସଂଖ୍ୟା ୫୦୦ରୁ ଊର୍ଦ୍ଧ୍ବରେ ପହଞ୍ଚିଲାଣି। ଏହାକୁ ଦୃଷ୍ଟିରେ ରଖି ଆଜି ବଣିକ ସଂଘ ପକ୍ଷରୁ ଫୁଲବାଣୀ ସହରର ସମସ୍ତ ଦୋକାନ ବଜାରକୁ ୭ ଦିନ ପାଇଁ ବନ୍ଦ ରଖିବା ପାଇଁ ଏକ ପ୍ରସ୍ତାବ ଦେଇଥିବାର ସହର ବଣିକ ସଂଘର ସଭାପତି ଅଶୋକ ପଟନାୟକ ପ୍ରକାଶ କରିଛନ୍ତି। ଏନେଇ ସୋମବାର ଲିଖିତ ଭାବେ ବଣିକ ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ବେଳେ ଏଥିରେ ବଜାରରେ କୌଣସି ବ୍ୟକ୍ତି କୋଭିଡ଼୍‍ ନିୟମ ପାଳନ କରୁନାହାନ୍ତି ବୋଲି ଉଲ୍ଲେଖ କରାଯିବା ସହିତ କେତେକେ ଗ୍ରାହକ ମାନଙ୍କ ଅମାନିଆ ବ୍ୟବହାର ପାଇଁ ବ୍ୟବସାୟୀ ମାନେ ଜୀବନ ଜୀବିକା ବିପନ୍ନ ହେଉଛି ଓ ଜନସାଧାରଣ ନିରାପଦ ମଣୁନାହାନ୍ତି ବୋଲି ଉଲ୍ଲେଖ କରାଯାଇଛି। ଏଭଳି ସ୍ଥଳେ ସହର ବଣିକ ସଂଘ ପକ୍ଷରୁ ଜରୁରି କାଳିନ ବୈଠକ ଅନୁଷ୍ଠିତ ହୋଇ ଫୁଲବାଣୀ ବଜାରକୁ ୭ଦିନ ପାଇଁ ସମସ୍ତ ଦୋକାନ ବଜାର ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଛି ବୋଲି ଲିଖିତ ଭାବେ ଦର୍ଶାଯାଇଛି। ଏଥି ସହିତ ଏହି ବନ୍ଦ ସମୟରେ ବଜାର ତଥା ସହରରେ କୋଭିନ୍‍ ପରୀକ୍ଷଣକୁ ବ୍ୟାପକ କରାଯିବା ସହିତ ସମସ୍ତ ବଜାରକୁ ବିଶୋଧନ କରି ସହିତ ଅମାନିଆ ମାନଙ୍କ ବିରୁଦ୍ଧରେ ପ୍ରଶାସନର ନିୟମ ଅନୁଯାୟୀ କାଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରାଯାଇଛି। ଏଭଳି ସ୍ଥଳେ ୭ଦିନିଆ ବନ୍ଦକୁ କାର୍ଯ୍ୟକାରି କରାଗଲେ ସହର ବଣିକ ସଂଘ ପ୍ରଶାସନର ନିକଟରେ ଉପକୃତ ହେବ ବୋଲି ଉଲ୍ଲେଖ ଥିବା ଏକପତ୍ର ପ୍ରଦାନ କରାଯାଇଥିବା ସହର ବଣିକ ସଂଘର ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ସୂଚନା ଦେଇଛନ୍ତି। ତେବେ ବଣିକ ସଂଘ ପକ୍ଷରୁ ପ୍ରଶାସନକୁ ଦିଆଯାଇଥିବା ପ୍ରସ୍ତାବକୁ ମଧ୍ୟ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ତେବେ ପୂର୍ବପରି ବର୍ତ୍ତମାନ ଆଉ ପ୍ରଶାସନ ପକ୍ଷରୁ ଚଢଉ ଜୋରଦାର ହେଉନଥିବା ଯୋଗୁଁ ଅମାନିଆ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବାର ଅଭିଯୋଗ ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories