nua o banner

କରୋନାକୁ ହରାଇଲେ ମଲାଇକା

BJD Bijuli 480×75 Mob

ମୁମ୍ବଇ: କରୋନାକୁ ହରାଇ ସୁସ୍ଥ ହେଲେ ବଲିଉଡ଼ ଅଭିନେତ୍ରୀ ମଲାଇକା ଅରୋରା। ସେ ଏବେ ସୁସ୍ଥ ଥିବା ନେଇ ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ସୂଚନା ଦେଇଛନ୍ତି। ମଲାଇକା ନିଜର ଏକ ଫଟୋ ପୋଷ୍ଟ କରି କହିଛନ୍ତି ଯେ, ସେ ବହୁତ ଦିନ ପରେ ନିଜ କକ୍ଷରୁ ବାହାରକୁ ବାହାରିଛନ୍ତି। ଫଟୋରେ ସେ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି। ଏହାସହିତ ଫଟୋରୁ ଅଭିନେତ୍ରୀଙ୍କ ଖୁସି ସ୍ପଷ୍ଟ ବାରି ହେଉଛି।

ଫଟୋ ସହ ସେ ଲେଖିଛନ୍ତି, “ଅନେକ ଦିନ ପରେ ଶେଷରେ ମୁଁ ରୁମ୍‍ରୁ ବାହାରକୁ ବାହାରିଛି। ବହୁତ ଭାଗ୍ୟଶାଳୀ ମନେ କରୁଛି ଯେ, କମ୍‍ କଷ୍ଟ ଯନ୍ତ୍ରଣା ପାଇ ମୁଁ ଏହି ଭାଇରସରୁ ମୁକ୍ତି ପାଇଲି”।

ଏହାସହିତ ନିଜ ସୁସ୍ଥତା ପାଇଁ ସେ ଡାକ୍ତର, ବିଏମ୍‍ସି, ପରିବାର, ପଡ଼ୋଶୀ, ସାଙ୍ଗସାଥୀ ଓ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମସ୍ତେ ସୁରକ୍ଷିତ ରୁହନ୍ତୁ ଏବଂ ନିଜ ଯତ୍ନ ନିଅନ୍ତୁ ବୋଲି ସେ କହିଛନ୍ତି।

Comments are closed.