www.samajalive.in
Saturday, December 6, 2025
19.1 C
Bhubaneswar

ଅର୍ଜୁନଙ୍କ ପରେ ଏବେ କରୋନା କବଳରେ ମଲାଇକା

ମୁମ୍ବଇ: ଅର୍ଜୁନ କପୁରଙ୍କ ପରେ ଏବେ ତାଙ୍କ ପ୍ରେମିକା ବୋଲାଉଥିବା ଅଭିନେତ୍ରୀ ମଲାଇକା ଅରୋରା କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ସୂଚନା ଦେଇଛନ୍ତି ମଲାଇକା। ସେ ବର୍ତ୍ତମାନ ହୋମ୍‍ କ୍ୱାରେଣ୍ଟାଇନରେ ଅଛନ୍ତି।

ସୋମବାର ମଲାଇକା ନିଜ ଇନ୍‍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, “ଆଜି ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି, କିନ୍ତୁ ଆପଣ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ ସମ୍ପୂର୍ଣ୍ଣ ଠିକ୍ ଅଛି।” ସେ ଆହୁରି ଲେଖିଛନ୍ତି, “ମୋର କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ। ମୁଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରୁଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ କ୍ଵାରେଣ୍ଟାଇନ୍‌ରେ ରହିଛି। ନିଜକୁ ଶାନ୍ତ ଏବଂ ସୁରକ୍ଷିତ ରଖିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି। ଆପଣ ସମସ୍ତଙ୍କ ଭଲପାଇବା ଓ ସହାୟତା ପାଇଁ ଧନ୍ୟବାଦ।” ମଲାଇକାଙ୍କ ଏହି ପୋଷ୍ଟ ଦେଖିବା ପରେ ପ୍ରଶସଂକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

- Advertisement -

ମଲାଇକାଙ୍କ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର୍ସ’ ଶୋ’ ସେଟ୍‌ରୁ ୭-୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମଲାଇକା ଦୀର୍ଘ ସମୟ ଧରି ଏହି ସୋ’ର ସୁଟିଂ କରୁଥିଲେ। ତେଣୁ ପଜିଟିଭ୍ ଚିହ୍ନଟ ହୋଇଥିବା ଷ୍ଟାଫ୍‌ଙ୍କଠାରୁ ସେ କରୋନା ସଂକ୍ରମିତ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ରବିବାର ଅଭିନେତା ଅର୍ଜୁନ କପୁରଙ୍କ କରୋନା ରିପୋର୍ଟ ପଜିଟିଭ୍‍ ଆସିଥିଲା। ସାମାଜିକ ଗଣମାଧ୍ୟମ ଜରିଆରେ ସେ ନିଜେ ଏହି ସୂଚନା ଦେଇଥିଲେ।

 

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories