www.samajalive.in
Tuesday, December 9, 2025
23.1 C
Bhubaneswar

ପେଟର ଭୋକ ଆଗରେ ସବୁ ଯୋଜନା ଫେଲ୍‍, ପୁଣି ଭିଟାମାଟିି ଛାଡ଼ିଲେ ପ୍ରବାସୀ

ଫୁଲବାଣୀ/ବାଲିଗୁଡ଼ା: ପେଟର ଭୋକ ଆଗରେ ସବୁ ଯୋଜନା ଫେଲ୍‍ ମାରିଛି। ବାଧ୍ୟ କରିଛି ପୁଣିଥରେ ଶହ ଶହ ପ୍ରବାସୀମାନଙ୍କୁ ନିଜ ଭିଟାମାଟି ଛାଡ଼ି ଫେରିବା ପାଇଁ। ଆଜି ରାତିରେ ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା ବାଲିଗୁଡ଼ା ଓ ଅନ୍ୟ କେତେକ ଅଞ୍ଚଳରେ। କରୋନା କଟକଣା ଯୋଗୁଁ ଯେଉଁ ପ୍ରବାସୀମାନେ ନାନା ଦୁଃଖ କଷ୍ଟରେ ଫେରିଥିଲେ ବର୍ତ୍ତମାନ ସେମାନେ ନିଜ ନିଜ ଅଞ୍ଚଳରେ କୌଣସି ପ୍ରକାର ସ୍ଥାୟୀ କାମଧନ୍ଦା ନ ମିଳିବା ଯୋଗୁଁ ବାଧ୍ୟ ହୋଇ ଫେରିବା ଆରମ୍ଭ କରିଛନ୍ତି। ଆଜି ରାତିରେ ବାଲିଗୁଡ଼ା ବସଷ୍ଟାଣ୍ଡରୁ କେରଳକୁ ଏକ ବସ୍‍ ଯାଇଛି। ଯେଉଁଥିରେ ବାଲିଗୁଡ଼ା, କୋଟଗଡ଼, ତୁମୁଡ଼ିବନ୍ଧ ଓ କ.ନୂଆଗାଁ ଆଦି ଅଞ୍ଚଳର ୩୦ ଜଣ ପ୍ରବାସୀ ଫେରିଥିବାର ଦେଖାଯାଇଛି। ତେବେ ଏ ସଂପର୍କରେ ସ୍ଥାନୀୟ ପ୍ରଶାସନ ନିକଟରେ କୌଣସି ପ୍ରକାର ଖବର ନଥିବା ଜଣାପଡ଼ିଛି।

ପ୍ରକାଶଯେ, କନ୍ଧମାଳ ଜିଲାର ବହୁ ଯୁବକ ଓ ଯୁବତୀ ପରିବାର ପ୍ରତିପୋଷଣ ପାଇଁ କେରଳ, ଚେନ୍ନାଇ, ବମ୍ବେ, ଦିଲ୍ଲୀ, ହାଇଦ୍ରାବାଦ୍‍, ତେଲେଙ୍ଗାନା ଭଳି ବିଭିନ୍ନ ରାଜ୍ୟ ଓ ଅଞ୍ଚଳରେ ରହି କାମ କରୁଥିଲେ। ବାହାର ରାଜ୍ୟକୁ ଯାଇ ରୋଜଗାର ହେବା ସହିତ ନିଜ ନରିବାର ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ମଧ୍ୟ ସହାୟକ ହୋଇଥିଲେ। ତେବେ କରୋନା ଯୋଗୁଁ ପ୍ରବାସୀମାନଙ୍କୁ ସେହି ସମୟରେ ରାଜ୍ୟ ସରକାର ନିଜ ରାଜ୍ୟକୁ ଆଣିଥିବା ବେଳେ କେତେକ ନିଜ ଖର୍ଚ୍ଚରେ ମଧ୍ୟ ଫେରିଥିଲେ। ଏପରିକି କେତେକେ ନିଜେ ଚାଳି ଚାଲି ଓ ସାଇକଲରେ ମଧ୍ୟ ଫେରିଥିବାର ନଜିର ରହିଛି। ତେବେ ପ୍ରବାସୀ ମାନଙ୍କୁ ନିଜ ନିଜ ଅଞ୍ଚଳରେ ସବୁଦିନିଆ କାମ ଯୋଗାଇ ଦେବା ପାଇଁ ନାନା ଘୋଷଣା କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନାହିଁ। ଫଳରେ ପ୍ରବାସୀ ମାନେ କାମଧନ୍ଦା ନପାଇ ପେଟର ଜ୍ୱଳା ସହିନପାରି ବାଧ୍ୟ ହୋଇ ପୁଣିଥରେ ବାହାର ରାଜ୍ୟକୁ ଯିବାକୁ ଆରମ୍ଭ କରିଛନ୍ତି। ଇତି ମଧ୍ୟରେ ଜିଲାର ଦାରିଙ୍ଗବାଡ଼ି ତୁମୁଡ଼ିବନ୍ଦ, ରାଇକିଆ, ବାଲିଗୁଡ଼ାରୁ ଅନେକ ପ୍ରବାସୀ ଭିଟାମାଟି ଛାଡ଼ିଥିବାର ନଜିର ରହିଛି। ପେଟର ଭୋକ ନିକଟରେ ସରକାରଙ୍କର ସମସ୍ତ ଯୋଜନା ଏକ ପ୍ରକାର ଫେଲ୍‍ ମାରିଛି ବୋଲି ପ୍ରବାସୀ ମାନେ ମତ ପ୍ରକାଶ କରିଛନ୍ତି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories