www.samajalive.in
Tuesday, December 9, 2025
26.1 C
Bhubaneswar

ନୂଆଗାଁ ଅଭିମୁଖେ ହାତୀପଲ!

ସାରନଗରୀ : ହାତୀପଲ ଆତଙ୍କରେ ଗତ ଦୁଇ ଦିନ ହେଲା ଆତଙ୍କିତ ହୋଇ ପଡ଼ିଛନ୍ତି ଗ୍ରାମବାସୀ। ପ୍ରାୟ ୧୬ ଜଣିଆ ହାତୀ ପଲରେ ଅଛନ୍ତି ୫ଟି ଦନ୍ତା ହାତୀ, ୭ଟି ମାଈ ଓ ୪ଟି ଛୁଆ ହାତୀ। ଏହି ହାତୀପଲ ଲାଠିକଟା ବ୍ଲକ ଅଂଚଳର ମୁଣ୍ଡାଜୋର, ସୁନାପର୍ବତ, ଖରୁଆଟୋଲି, ଡଲାକୁଦର, ଲହଦର, ବୁଢିକୁଦର, ପୋଟବେଡ଼ା ଅଂଚଳରେ ଉତ୍ପାତ କରିବା ସହ ଧାନ, ମକା ଫସଲ, ପରିବା ଚାଷ ଦଳିଚକଟି ନଷ୍ଟ କରି ଦେଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ସକାଳୁ ଡଲାକୁଦର ଫରେଷ୍ଟ ବ୍ୟାରେକ ପଛ ଜଙ୍ଗଲରେ ଏହି ୧୬ ଜଣିଆ ହାତୀପଲ ବିଚରଣ କରୁଥିଲେ । ଏହାର ସୂଚନା ପାଇଁ ବନବିଭାଗର ମୋବାଇଲ ସ୍କାର୍ଡ ଟିମ୍ ଘଟଣାସ୍ଥଳରେ ପହଂଚି ହାତୀ ଘଉଡ଼ାଇବାରେ ସକାଳୁ ସଂଧ୍ୟା ତମାମ ବ୍ୟସ୍ତ ରହିଥିବା ସୂଚନା ମିଳିଛି । ଡଲାକୁଦର ବନବିଭାଗ କର୍ମଚାରୀ ବିପିନ ରକ୍ସା ଓ ଅନ୍ୟ କର୍ମଚାରୀ ପ୍ରମୁଖ ହାତୀ ମାନଙ୍କୁ ବିଭିନ୍ନ କୌଶଳ ଅବଲମ୍ବନ କରି ଗ୍ରାମରୁ ଜଙ୍ଗଲ ଆଡକୁ ଘଉଡାଉଛନ୍ତି।

- Advertisement -

ସୂଚନା ଅନୁଯାୟୀ, ହାତୀପଲ ଜାତୀୟ ରାଜପଥ-୧୪୩ ଅତିକ୍ରମ କରି ନୂଆଗାଁ ଅଭିମୁଖେ ପଳାୟନ କରିଥିବା ବନବିଭାଗ ଅନୁମାନ କରିଛି । ପ୍ରକାଶ ଥାଉକି, ପୂର୍ବରୁ ହାତୀପଲ ଲାଠିକଟା ବ୍ଲକର ବିଭିନ୍ନ ଗ୍ରାମ ସୀମାନ୍ତରେ ପ୍ରବେଶ କରି ଫସଲ, ପରିବା ଚାଷ ଆଦି ନଷ୍ଟ କରିି ଦେଉଛନ୍ତି । ଯାହା ଦ୍ୱାରା ଚାଷୀ ମାନେ ବହୁଳ ଭାବେ କ୍ଷତିଗ୍ରସ୍ତ ହେଉଥିବା ଜଣାପଡ଼ଛି। ସମୟ ସମୟରେ ହାତୀ ହାବୁଡ଼ରେ ପଡ଼ି ବ୍ୟକ୍ତି ପ୍ରାଣ ମଧ୍ୟ ଅକାଳରେ ଚାଲି ଯାଉଛି। ବନବିଭାଗ ପକ୍ଷରୁ ସମୟୋଚିତ ପଦକ୍ଷେପ ଗ୍ରହଣ କରାଯାଉ ଥିବାରୁ ବହୁ ମୂଲ୍ୟବାନ ଜୀବନ ହାତୀ ଦାଉରୁ ରକ୍ଷା କରାଯାଇ ପାରୁଛି ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories