www.samajalive.in
Sunday, December 7, 2025
26.1 C
Bhubaneswar

ସାର୍ବଜନୀନ ଋଣ ପରିଚାଳନା ରିପୋର୍ଟ : ପ୍ରଥମ ତ୍ରୈମାସରେ ସରକାରଙ୍କ ଉପରେ ଶହେ କୋଟିର କରଜ

ନୂଆଦିଲ୍ଲୀ : ଦେଶରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏଭଳି ସମୟରେ କେନ୍ଦ୍ର ସରକାର ଋଣ ବୋଝର ପାହାଡ ତଳେ ଚାପି ହୋଇରହିଛନ୍ତି। ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସ(ଏପ୍ରିଲ-ଜୁନ୍‌)ରେ ସରକାରଙ୍କ ଉପରେ ରହିଥିବା କରଜ ପରିମାଣ କୋଟି ଅତିକ୍ରମ କରିଛି। ସମ୍ପ୍ରତି ପ୍ରକାଶ ପାଇଥିବା ସାର୍ବଜନୀନ ଋଣ ପରିଚାଳନା ରି​‌ପୋର୍ଟରୁ ଏହା ଜଣାଯାଇଛି।

ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ସରକାରଙ୍କ ମୋଟ ଋଣ ପରିମାଣ ୯୪.୬ ଲକ୍ଷ କୋଟି ଟଙ୍କା ରହିଥିଲା। ତେବେ ଜୁନ୍‌ ଶେଷ ବେଳକୁ ଏହା ୧୦୧.୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ତେବେ ଏହି ଋଣ ପରିମାଣ ଏତେ ଯେ ଏହା ରିଲାଏନ୍ସ କମ୍ପାନୀ ଆକାରର ଛଅଟି କମ୍ପାନୀର ବଜାର ପୁଞ୍ଜିଠାରୁ ବି ଅଧିକ ହେବ। ବର୍ତ୍ତମାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆର୍‌ଆଇଏଲ୍)ର ବଜାର ପୁଞ୍ଜି ୧୬ ଲକ୍ଷ ​କୋଟି ଟଙ୍କା ରହିଛି।

- Advertisement -

ସୂଚନାଯୋଗ୍ୟ, ୨୦୧୯ ଜୁନ୍‌ ଶେଷ ବେଳକୁ ସରକାରଙ୍କ ମୋଟ ଋଣ ପରିମାଣ ୮୮.୧୮ ଲକ୍ଷ ​କୋଟି ଟଙ୍କା ରହିଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ କେନ୍ଦ୍ର ସରକାର ୩,୪୬,୦୦୦ କୋଟି ଟଙ୍କାର ପ୍ରତିଭୂତ୍ତି ଜାରି କରିଛନ୍ତି। ପୂର୍ବ ଆର୍ଥିକବର୍ଷର ଏହି ସମୟରେ ସରକାର ୨,୨୧,୦୦୦ କୋଟି ଟଙ୍କାର ପ୍ରତିଭୂତ୍ତି ଜାରି କରିଥିଲେ। ଚଳିତ ଆର୍ଥିକବର୍ଷର ଏପ୍ରିଲ-ଜୁନ୍‌ ତଥା ପ୍ରଥମ ତ୍ରୈମାସରେ ସରକାର ୮୦,୦୦୦ ​କୋଟି ଟଙ୍କାର ନଗଦ ପରିଚାଳନା ବିଲ୍‌ ଜାରି କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories