www.samajalive.in
Sunday, December 7, 2025
16.1 C
Bhubaneswar

ଦୁଇ ହଜାର ଟଙ୍କିଆ ନୋଟ୍‌ ମୁଦ୍ରଣ ବନ୍ଦ ନିଷ୍ପତ୍ତି ନିଆଯାଇନାହିଁ, କୋଭିଡ୍‌ ପାଇଁ ମୁଦ୍ରଣ ସାମୟିକ ଭାବେ ବନ୍ଦ – ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ :ଦୁଇ ହଜାର ଟଙ୍କିଆ ନୋଟ୍‌ର ମୁଦ୍ରଣ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନି​‌ଷ୍ପତ୍ତି ନିଆଯାଇନାହିଁ। କୋଭିଡ୍‌ ମହାମାରୀ ପାଇଁ ଏହି ନୋଟ୍‌ର ମୁଦ୍ରଣ ସାମୟିକ ଭାବେ ବନ୍ଦ କରାଯାଇଛି। ସାଧାରଣତଃ ନୋଟ୍‌ର ମୁଦ୍ରଣ କରିବା ସମ୍ପର୍କରେ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ପରାମର୍ଶ କରିଥାନ୍ତି ବୋଲି ଲୋକସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତର ରଖି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏହା କହିଛନ୍ତି।

ଚଳିତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୨୭,୩୯୮ ଖଣ୍ଡ ଦୁଇ ହଜାର ଟଙ୍କିଆ ନୋଟ୍‌ ବଜାରରେ ସର୍କୁଲେସନ୍‌ରେ ଅଛି। ଅନ୍ୟପକ୍ଷରେ ୨୦୧୯ ମାର୍ଚ୍ଚ ସୁଦ୍ଧା ୩୨,୯୧୦ ଲକ୍ଷ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ସର୍କୁଲେସନ୍‌ରେ ରହିଥିଲା। ୨୦୧୯-୨୦ ଏବଂ ୨୦୨୦-୨୧ରେ କୌଣସି ୨୦୦୦ ଟଙ୍କିଆ ନୋଟ୍‌ ମୁଦ୍ରଣ କରାଯାଇ ନ ଥିବା ଶ୍ରୀ ଠାକୁର କହିଛନ୍ତି। ତେବେ କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ୍‌ ପରିପ୍ରେକ୍ଷୀରେ ୨୦୦୦ ଟଙ୍କିଆ ନୋଟ୍‌ ମୁଦ୍ରଣ ସାମୟିକ ଭାବେ ବନ୍ଦ ରଖାଯାଇଛି।

- Advertisement -

କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡିକ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ, ନୋଟ୍‌ ମୁଦ୍ରଣ କରାଯାଉଥିବା ଛାପାଖାନାଗୁଡିକରେ ପର୍ଯ୍ୟାୟ କ୍ରମେ କାର୍ଯ୍ୟ ଆରମ୍ଭ କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କର ନୋଟ୍‌ ମୁଦ୍ରଣ ପ୍ରାଇଭେଟ୍‌ ଲିମିଟେଡ୍‌ (ବିଆର୍‌ବିଏନ୍‌ଏମ୍‌ପିଏଲ୍‌) ଦ୍ବାରା ଚଳିତବର୍ଷ ମାର୍ଚ୍ଚ ୨୩ରୁ ମେ ୪ ପର୍ଯ୍ୟନ୍ତ ନୋଟ୍‌ ମୁଦ୍ରଣକୁ ବନ୍ଦ ରଖାଯାଇଛି। ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ୍‌ ମିଣ୍ଟିଂ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଏସ୍‌ପିଏମ୍‌ସିଆଇଏଲ୍‌) ପକ୍ଷରୁ ସେମାନଙ୍କ ପ୍ରେସ୍‌ରେ କୋଭିଡ୍‌ -୧୯ ପାଇଁ ବ୍ୟାଙ୍କ ନୋଟ୍ ମୁଦ୍ରଣ ପ୍ରଭାବିତ ହୋଇଥିବା ନେଇ ସୂଚନା ଦିଆଯାଇଥିବା ଶ୍ରୀ ଠାକୁର କହିଛନ୍ତି। ଲକ୍‌ଡାଉନ୍‌ ପାଇଁ ନାସିକ୍‌ ଏବଂ ଦେୱାସ୍‌ସ୍ଥିତ ପ୍ରେସ୍‌କୁ ଚଳିତବର୍ଷ ମାର୍ଚ୍ଚ ୨୩ରୁ ବନ୍ଦ ରଖାଯାଇଛି। ପରବର୍ତ୍ତୀ ସମୟରେ ଜୁନ୍‌ ୮ରୁ ଦେୱାସ୍‌ ପ୍ରେସ୍‌ରେ ନୋଟ୍‌ ମୁଦ୍ରଣ ଆରମ୍ଭ କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories