www.samajalive.in
Saturday, December 6, 2025
26.1 C
Bhubaneswar

ଲୋକସଭା ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଲୋକ ସଭାକୁ ସୋମବାରଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଖୁବ୍‌ଶୀଘ୍ର ରାଜ୍ୟ ସଭାକୁ ମଧ୍ୟ ମୁଲତବୀ କରାଯିବା ନେଇ ଘୋଷଣା ହୋଇପାରେ।

ସୋମବାର ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ. ଭେଙ୍କାୟା ନାଇଡୁ କରୋନା ଭୂତାଣୁ ପାଇଁ ଉପୁଜିଥିବା ପରିସ୍ଥିତି କାରଣରୁ ବଜେଟ ଅଧିବେଶନର ଶେଷ ଅବଧି ସ୍ଥିର କରିବା ଲାଗି ବିଭିନ୍ନ ଦଳର ନେତାଙ୍କ ସହିତ ବୈଠକ କରିଥିଲେ। ଏହି ସମୟରେ ଲୋକସଭାରେ ଆର୍ଥିକ ବିଧେୟକ ବିନା ଆଲୋଚନାରେ ପାରିତ ହୋଇଥିଲା। ଖୁବ୍‌ଶୀଘ୍ର ଏହାକୁ ରାଜ୍ୟ ସଭାରେ ପାରିତ କରାଯିବ ବୋଲି ସୂଚନା ମିଳିଛି।

- Advertisement -

ସୋମବାର ସଂସଦ କାର୍ଯ୍ୟ ଆରମ୍ଭ ହେବା ପରେ ଶହୀଦ ଭଗଦ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କ ସମେତ ଛତିଶଗଡ଼ର ସୁକମା ଜିଲାରେ ଶହୀଦ ହୋଇଥିବା ୧୭ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସଦସ୍ୟମାନେ କିଛି ସମୟ ପର୍ଯ୍ୟନ୍ତ ନୀରବ ରହି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories