www.samajalive.in
Sunday, December 7, 2025
26.1 C
Bhubaneswar

ଭୁଷୁଡ଼ିଗଲା କେନାଲା, ଚିନ୍ତାରେ ବହୁ ଗ୍ରାମର ଚାଷୀ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଦୂତିପଡ଼ା ପଂଚାୟତ ଅଧିନରେ ଥିବା ପିଲାସାଲୁଙ୍କି ଡ଼୍ୟାମର ପାଣି ଚାଷୀମାନଙ୍କ ଚାଷ କାର୍ୟ୍ୟ ପାଇଁ କେନାଲ୍‍ ସାହାଯ୍ୟରେ ଯୋଗାଇ ଦିଆଯାଉଥିବା ବେଳେ କେନାଲ୍‍ ଗୁଡ଼ିକ ବର୍ଷ ବର୍ଷ ଧରି କୌରସି ପ୍ରକାର ମରାମତି କରାଯାଉନଥିବା ଯୋଗୁଁ ଦିନକୁ ଦିନ ଭାଙ୍ଗିଯାଉଛି। ଏଭଳି ସ୍ଥଳେ ଆଜି ବଲସକୁମ୍ଫା ପଂଚାୟତ ଅନ୍ତର୍ଗତ ଭଞ୍ଜରମୁଣ୍ଡା ପାଖରେ ଥିବା ୭ ନମ୍ବର ପୋଲ ବିପଦ ସଂକୁଳ ଅବସ୍ଥାରେ ଥିବାଯୋଗୁଁ କେନାଲ୍‍ ମଝିରେ ବଡ଼ଖାଲ ହୋଇ ଭୁଷୁଡ଼ି ପଡ଼ିଛି। ଫଳରେ ଚାଷୀମାନଙ୍କ ଚାଷ ଜମିକୁ ପାଣି ଯିବା ବନ୍ଦ ହୋଇଯାଇଛି। ଭୁଷୁଡ଼ି ପଡ଼ିଥିବା କେନାଲ୍‍ ତୁରନ୍ତ ମରାମତି କରା ନ ଗଲେ ବଲସକୁମ୍ଫା ପଂଚାୟତ ଅନ୍ତର୍ଗତ କେତେକ ଗ୍ରାମ ସମେତ ସୁନ୍ଦରଗଡ଼, ବାରିକୁମ୍ଫା, ନୂଆସହି, ଖେତାପାଜୁ ଭଳି ଅନେକ ଗ୍ରାମର ଚାଷୀ ମାନଙ୍କ ଜମିକୁ ପାଣି ଯାଇ ପାରିବ ନାହିଁ। ଏଭଳି ସ୍ଥଳେ ତୁରନ୍ତ କେନଲା ମରାମତି କରିବା ପାଇଁ ଚାଷୀ ରମେଶ ଦଲବେହେରା, ପବିତ୍ର ଦଳବେହେରା, ବିଦୂର ପ୍ରଦାନ, ଅଭିମନ୍ୟୁ ପ୍ରଧାନ, କମଳାକାନ୍ତ ସାହାଣୀ, ଆକାଶ ଦାସ ଓ ଅନ୍ୟମାନେ ଦାବି କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories