ଫୁଲବାଣୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ ତମ ଜନ୍ମଦିନ ଉପଲକ୍ଷେ ବିଜେପି ପକ୍ଷରୁ ଗତ ୧୪ ତାରିଖରୁ ୨୦ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଆଜି ଦଳର କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ଏକ ରକ୍ତାଦନ ଶିବିର ଫୁଲବାଣୀ ରକ୍ତଭଣ୍ଡାର ପରିସରରେ ଆୟୋଜିତ ହୋଇଥିଲା। ଦଳର ପୂର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ ଦଳର କର୍ମକର୍ତ୍ତା ଭଗବାନ ମହାନ୍ତି, ପରେଶ ମହାପାତ୍ର, ସୁଧାଂଶୁ ଗୁରୁ, କମାଳାକାନ୍ତ ପାଣ୍ଡେ, ବିଶ୍ୱରଂଜନ ଦାଶ ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
Popular Categories



