www.samajalive.in
Thursday, December 11, 2025
14.1 C
Bhubaneswar

କରୋନା ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଏହି ୧୦ଟି କଥା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ

କରୋନା ଭୂତାଣୁର ପ୍ରକୋପ ଦେଶ ଦୁନିଆରେ ଜାରି ରହିଛି। ଏଯାଏଁ ଏହାର ଏକ ସ୍ୱତନ୍ତ୍ର ଔଷଧ ନଥିବାରୁ ଏହା ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ମାତ୍ର ବର୍ତ୍ତମାନ ସୁରକ୍ଷା ଓ ସାବଧାନତା ମଧ୍ୟରେ ଆଗକୁ ନିଜ ପାଦ ନେବାକୁ ପଡ଼ିବ। ଜାଣନ୍ତୁ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଯାହାର ଦୈନନ୍ଦିନ ଜୀବନରେ ଧ୍ୟାନ ରଖିବା ନିତ୍ୟାନ୍ତ ଆବଶ୍ୟକ। ଏହା ଦ୍ୱାରା ଆପଣ ନିଜକୁ ତଥା ନିଜ ପରିବାରକୁ କରୋନା ସଂକ୍ରମଣରୁ ରକ୍ଷା କରି ପାରିବେ।
୧- ଫଳ,ପନିପରିବାକୁ ନିୟମିତ ଧୁଅନ୍ତୁ
ନିୟମିତ ଫଳ ଓ ପନିପରିବାକୁ ନଧୋଇ ବ୍ୟବହାର କରନ୍ତୁ ନାହିଁ। ନଧୋଇଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହେହାଇଥାଏ। ବର୍ତ୍ତମାନ କରୋନା ମହାମାରୀ ସମୟରେ ଏହି କଥା ପ୍ରତି ଧ୍ୟାନ ରଖିବା ନିତ୍ୟାନ୍ତ ଆବଶ୍ୟକ। ଘରକୁ ଫଳ ଓ ପନିପରିବା ଆଣିବା ପରେ ଏହାକୁ ଉଷୁମ ପାଣି ଅଥବା ହଳଦୀ ପାଣିରେ ନିଶ୍ଚୟ ଧୁଅନ୍ତୁ।
୨- ବାହାରୁ ଘରୁ ଆସିବା ପରେ ହାତକୁ ସାବୁନରେ ନିଶ୍ଚୟ ଧୁଅନ୍ତୁ। ଅଥବା ବଜାରରେ କୌଣସି ଜିନିଷକୁ ଛୁଇଁବା ମାତ୍ରେ ସାନିଟାଇଜରର ବ୍ୟବହାର କରନ୍ତୁ।
୩- ଏହି କଥାର ମଧ୍ୟ ଧ୍ୟାନ ରଖନ୍ତୁ ଘରୁ ବାହାରିବା ମାତ୍ରେ ମାସ୍କ ବ୍ୟବହାର ଓ ସାମଜିକ ଦୂରତ୍ୱ ବଜାୟ ରଖନ୍ତୁ ।
୪ – ବଜାରରେ କୌଣସି ଜିନିଷକୁ କିଣିବା ସମୟରେ  ହାତରେ ଗ୍ଲୋବସର ବ୍ୟବହାର କରନ୍ତୁ।
୫- ଯେକୌଣସି ଜିନିଷକୁ ଛୁଇଁବା ପରେ ମୁହଁରେ ଆଦୌ ହାତ ଲଗାନ୍ତୁ ନାହିଁ। ବଜାରରେ ଥିଲେ ମଧ୍ୟ ମୁହଁରେ ବାରମ୍ବାର ହାତ ଲଗାନ୍ତୁ ନାହିଁ।
୬- ଶରୀରକୁ ସୁସ୍ଥ ରଖିବା ପାଇଁ ପୋଷକ ଓ ଭିଟାମିନ ଯୁକ୍ତ ଖାଦ୍ୟ ଖାଆନ୍ତୁ। ସେପରି ସମସ୍ତ ଖାଦ୍ୟ ନିଜ ଖାଦ୍ୟରେ ସାମିଲ କରନ୍ତୁ ଯାହା ରୋଗ ପ୍ରତିରୋଧକ ଶକ୍ତି ମଜଭୂତ କରିଥାଏ।
୭- ଅତି ଆବଶ୍ୟକ ନହେଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ। କୌଣସି ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ କିମ୍ବା ନିଜେ ଭିଡ଼ କରନ୍ତୁ ନାହିଁ।
୮- ଆପଣଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ କୌଣସି ସମସ୍ୟା ଥିଲେ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଡ଼ାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ଖାଆନ୍ତୁ ନାହିଁ।
୯- ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଦିନ ଯାକ ହାଲକା ଉଷୁମ ପାଣି ପିଅନ୍ତୁ।
୧୦ – ନିୟମିତ ଯୋଗ ଓ ବ୍ୟାୟାମ କରନ୍ତୁ। ଏହାଦ୍ୱାରା ଶରୀର ଓ ମସ୍ତିଷ୍କ ସୁସ୍ଥ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories