www.samajalive.in
Tuesday, December 9, 2025
16.1 C
Bhubaneswar

ଶିକରପାଇ ଠାରେ ଚାଲିଥିବା ବେଆଇନ ଖଣି ଖୋଳାକୁ ବିଜେପିର ବିରୋଧ

କଲ୍ୟାଣ ସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଶିକରପାଇ ଠାରେ ବିଜେପି ଦଳ ପକ୍ଷରୁ ବେଆଇନ ଖଣି ଖୋଳା ଓ କ୍ରସର କରୁଥିବା ନେଇ କ୍ରସର ମାଲିକ ଗୋପୀନାଥ ବର୍ମାଙ୍କୁ ଘେରାଉ କରାଯାଇଛି। କାଣିପାଇ ଠାରେ ବେଆଇନ ଭାବେରେ ପଥର କୁଆଁରୀ ରହିଥିବା ବେଳେ ଶିକରପାଇ ଠାରୁ ପ୍ରାୟ ୨୦୦ ମିଟର ଦୂରରେ କ୍ରସର ଚଳାଇବା ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ତାହାକୁ ବିଜେପି ଦଳ ଓ ଗ୍ରାମବାସୀ ଘୋର ବିରୋଧ କରିଛନ୍ତି।

ଗ୍ରାମବାସୀ ଓ ବିଜେପି ଦଳ ପକ୍ଷରୁ ୬ଟି ଦାବି କ୍ରସର ମାଲିକଙ୍କୁ ଉପସ୍ଥାପନ କରିଥିଲେ। ସେ ଗୁଡିକ ହେଲା ଉଚ୍ଚ କ୍ଷମତା କମ୍ପନ ବ୍ଲାଷ୍ଟିଙ୍ଗକୁ ବିରୋଧ, କାଣିପାଇ ଠାରୁ ଶିକରପାଇ ପର୍ଯ୍ୟନ୍ତ ରାସ୍ତା ମରାମତି, ଗ୍ରାମ ନିକଟରେ ନୂତନ ଭାବରେ କ୍ରସରକୁ ବିରୋଧ, ବିନା ଗ୍ରାମସଭା ଓ ପଲ୍ଲୀସଭାରେ ବେଆଇନ ଭାବେ ଚାଲିଥିବା କ୍ରସରକୁ ବିରୋଧ, ବାସ ଷ୍ଟାଣ୍ଡ ଠାରୁ ରାସ୍ତାକୁ ଓସାର କରିବା କୁଆଁରୀ ଦ୍ଵାରା କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ କ୍ଷତିପୁରଣ ଓ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବାପାଇଁ ଉପସ୍ଥାପନ କରିଥିଲେ।

- Advertisement -

ଯେଉଁ ଦିନ ପର୍ଯ୍ୟନ୍ତ ଦାବି ଗୁଡ଼ିକ କ୍ରସର ମାଲିକ ସ୍ୱୀକୃତି ଦେବା ସହିତ ଲିଖିତ ଭାବେ ପ୍ରତିଶ୍ରୁତି ନ ଦେଇଛନ୍ତି ସମସ୍ତ କାର୍ଯ୍ୟକୁ ବନ୍ଦ କରାଯାଇଛି। ଏଥିରେ ବିଜେପି ଦଳର ମଣ୍ଡଳ ସଭାପତି ରବିନ୍ଦ୍ର ବେହେରା, ମଣ୍ଡଳ ସମ୍ପାଦକ ମୋନାଜ କୁମାର ସେଠୀ, ଧନେଶ୍ୱର ରାଉତ, ରୁଦ୍ର ଖଣ୍ଡରିଆ, ସମେଷ ନେମାଲପୁରୀ, ପୂର୍ବତନ ସରପଞ୍ଚ ସାରିବୁ ସାରାକା, ନିରଞ୍ଜନ, ଦିଲ୍ଲୀପ, ଦୈତାରି,କ୍ଷୀରଦ, ନରସିଂହ, ପ୍ରମୁଖ ପ୍ରାୟ ୧୦୦ ଜଣ ଉପସ୍ଥିତ ରହିଥିଲେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories